ୟାସ୍ ପାଇଁ ଓଡ଼ିଶାକୁ ୫୦୦ କୋଟି ସହାୟତା

0 162

ଇୁବନେଶ୍ୱର.୨୮/୫(ଏସଏସନିୟୁଜ) ଆକାଶମାର୍ଗରୁ ବାତ୍ୟା ୟାସଦ୍ୱାରା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଓଡ଼ିଶା ପାଇଁ ୫ ଶହ କୋଟି ଓ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ୟାସର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ବାତ୍ୟା ୟାସର ପ୍ରଭାବ ଓଡିଶାରେ ଅଧିକ ପଡିଥିବାରୁ ଓଡ଼ିଶାକୁ ଅଧିକ ସହାୟତା ରାଶି ମିଳିଛି । ସେହିଭଳି ବାକି ୫୦୦ କୋଟି ଉଭୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ଘୋଷଣା କରାଯାଇଛି । ବାତ୍ୟାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହ ବାତ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା ବୈଠକ ପରେ ଏରିଏଲ ସର୍ଭେରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଓଡିଶାର ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପୁର୍ବ ମେଦିନୀପୁରରେ ଘୂର୍ଣ୍ଣିବଳୟ ପ୍ରଭାବିତ ଅଞ୍ଚଳ ଉପରେ ଏକ ସର୍ଭେ କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ମୁଖ୍ୟ ଶାସନ ସଚିବ, ଝଜଉ ଓ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.