ଶ୍ୱାସରୁଦ୍ଧ ହୋଇ ଆଖିବୁଜିଲେ ୩ ଜଣ ଶ୍ରମିକ

0 186

ଗଞ୍ଜାମ, ୨୩/୭(ଏସଏସନିୟୁଜ) ଗୋପାଳପୁର ଅନ୍ତର୍ଗତ ବିକ୍ରମପୁରରେ ପାଇଖାନା ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଜଣଙ୍କ ଜୀବନ । ଗୁରୁବାର ସନ୍ଧ୍ୟାରେ ଟି.ସିଦ୍ଧେଶୁଙ୍କ ଘରର ନବନିର୍ମିତ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲିବାକୁ ରାଜମିସ୍ତ୍ରି ସଦାନନ୍ଦମ୍ ପ୍ରଥ‌ମେ ଭିତରେ ପଶିଥିଲେ । ସେ ନଫେରିବାରୁ ସିଦ୍ଧେଶୁଙ୍କ ପଡ଼ୋଶୀ କ୍ରିଷ୍ଣା ଟାଙ୍କି ଭିତରକୁ ଯାଇଥିଲେ । ଉଭୟ ଫେରିବାରେ ବିଳମ୍ଭ ହେବାରୁ ଙ୍କ ଆଉ ଜଣେ ପ‌ଡ଼ୋଶୀ ତରେନେୟା କିଛି ସମୟ ପରେ ଟାଙ୍କି ଭିତରକୁ ପଶି ସେ ମଧ୍ୟ ଆଉ ଫେରି ନଥିଲେ । ଗ୍ରାମବାସୀମାନେ ତିନି ଜଣଙ୍କୁ ଉଦ୍ଧାର କରି ଚେତାଶୂନ୍ୟ ଅବସ୍ଥାରେ ଚିକିସ୍‌ା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିବାବେଳେ ରାତି୭ଟା ପାଖାପାଖି ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.