ଆଜିଠୁ ଟୋକିଓ ଅଲିମ୍ପିକ୍ସ

0 164

ଭୁବନେଶ୍ୱର,୨୩/୭(ଏସଏସନିୟୁଜ)ଆଜିଠୁ ଆରମ୍ଭ ହୋଇଛି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଅଲିମ୍ପିକ୍ସ ଷ୍ଟାଡ଼ିୟମ୍‌ରେ ହେବାକୁଥିବା ଉଦଘାଟନୀ ସମାରୋହରେ ଭାରତର ୨୦ଜଣ ଆଥଲେଟ୍ ଓ ୬ଜଣ ଅଫିସିଆଲ୍ ସଦସ୍ୟ ଭାଗ ନେବେ ।ତେବେ କରୋନା ସଂକ୍ରମଣ ପାଇଁ କ୍ରୀଡ଼ାଗ୍ରାମରେ କୋଭିଡ କଟକଣାକୁ କଡାକଡିଭାବେ ପାଳନ କରାଯିବ ।ଏହି ନିରାଡ଼ମ୍ବର ଉଦଘାଟନୀ ଉତ୍ସବରେ କରମର୍ଦ୍ଦନ, ଆଲିଙ୍ଗନ ଆଦିକୁ ବାରଣ କରାଯାଇଥିବାବେଳେ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆଯାଇଛି । ଟୋକିଓ ଅଲିମ୍ପିକ୍ସ ସଫଳତାର ସହ ଶେଷ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଆଶା ରଖିଛି । ଉଦ୍‌ଘାଟନୀ ସମାରୋହରେ ହକିରୁ ଜଣେ, ବକ୍ସିଂରୁ ୬, ଟେବୁଲ୍ ଟେନିସ୍‌ରୁ ୪, ରୋଇଂରୁ ୨, ଜିମ୍ନାଷ୍ଟିକ୍ସରୁ ଜଣେ, ସୁଇମିଂରୁ ୧, ନୌଚାଳନାରୁ ୪, ଫେନ୍ସିଂରୁ ଜଣେ ଖେଳାଳି ରହିବେ । ସେହିପରି ୬ ଅଧିକାରୀଙ୍କୁ ଏହି ତାଲିକାରେ ସାମିଲ୍ କରାଯାଇଛି ।

Leave A Reply

Your email address will not be published.