ତାଗିଦ୍‌-ଆକ୍ରମଣ କରିବାକୁ ଚିନ୍ତା କଲେ ସ୍ଥିତି ଭୟଙ୍କର…

ଆଜିର ଖବର,ତାରିଖ–୦୧-୦୯-୨୦୨୧(ବୁଧବାର)

0 370

୧. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସଂପର୍କରେ ସମୀକ୍ଷା କରି ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେବା ସହିତ ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା (Contingency Crop Plan) କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୨. ପୁରୀ ବିଏନଆର ହୋଟେଲରେ ଥିବା ଶତାବ୍ଦୀ ପୁରୁଣା ହେରିଟେଜ ଷ୍ଟିମ ଲୋକୋମୋଟିଭର ସୌନ୍ଦର୍ଯ୍ୟକରଣ ।
୩. ଭୁବନେଶ୍ୱରରେ ଭାରତୀୟ ରେଳବାଇ ମହିଳା କବାଡି ଟିମ୍ ପାଇଁ ଆରମ୍ଭ କରିବ ପ୍ରଶିକ୍ଷଣ ଶିବିର ।
୪. ସେପ୍ଟେମ୍ବର ୬ ତାରିଖ ଠାରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ
୫. ଆସନ୍ତା ‘ଡିସେମ୍ବର ସୁଦ୍ଧା ରାଜ୍ୟରେ ଶେଷ ହେବ କୋଭିଡ୍ ଟିକାକରଣ’ ।
୬. ତାଲିବାନର ତାଗିଦ୍‌ : କୌଣସି ଦେଶ ଆକ୍ରମଣ କରିବାକୁ ଚିନ୍ତା ବି କରନ୍ତୁ ନାହିଁ, ନଚେତ୍ ସ୍ଥିତି ଭୟଙ୍କର…।
୭. ଦେଶରେ ଖୋଲିପାରେ ଆଉ ଦୁଇଟି ନୂଆ ବ୍ୟାଙ୍କ, ଲାଇସେନ୍ସ ଲାଗି RBIଙ୍କୁ କରିଛନ୍ତି ଆବେଦନ ।
୮. ଆମେରିକା ସେନାଙ୍କ ଆଫଗାନିସ୍ତାନରୁ ଯିବା ପରେ ତାଲିବାନ ସହ ପ୍ରଥମ ଆଲୋଚନା କଲା ଭାରତ । ତାଲିବାନ ନେତାଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ।
୯. ଆସନ୍ତାକାଲିଠୁ ବିଧାନସଭା: ବିରୋଧୀଙ୍କ ପ୍ରସଙ୍ଗ ମାହାଙ୍ଗା, ମହଙ୍ଗା ଓ ମରୁଡି ।
୧୦. ସେପ୍ଟେମ୍ବର 1 ତାରିଖରୁ କାର୍ଯ୍ୟ ଆରମ୍ଭ କରିବ ଏନଟିପିସି ସୁନ୍ଦରଗଡ ଜିଲ୍ଲା ଡର୍ଲିପାଲି ପ୍ଲାଣ୍ଟର ଦ୍ୱିତୀୟ ୟୁନିଟ୍ ।
୧୧. ହରିକେନ ଇଡାକୁ ନେଇ ଆମେରିକାରେ ପ୍ରଳୟ । ୨୨୪ କିମି ବେଗରେ ବହିଲା ପବନ, ଉଡିଗଲା ଶତାଧିକ ଘର । ସ୍ଥଳଭାଗରେ ୧୬ ଘଣ୍ଟା ଧରି ପ୍ରଳୟ ରଚିଲା ଇଡା ।
୧୨. ରାଜ୍ୟରେ ପଛୁଆବର୍ଗଙ୍କ ଜାତିଭିତିକ ଜନଗଣନା ଋକିରୀ ଓ ଶିକ୍ଷା କ୍ଷେତ୍ରରେ ୨୭% ସରଂକ୍ଷଣ ସହିତ କରାଯାଉ : କଂଗ୍ରେସ୍ ।
୧୩. ଆସନ୍ତାବର୍ଷ ଆଇପିଏଲରୁ ହେବ ଭରପୁର ଆୟ, ନୂଆ ଟିମଙ୍କ ପ୍ରବେଶ ପାଇଁ ଦେବାକୁ ପଡ଼ିବ ୨୦୦୦କୋଟି ଟଙ୍କା ।
୧୪. ଆସାମରେ ପ୍ରଳୟଙ୍କାରୀ ବନ୍ୟା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରହ୍ମପୂତ୍ର, ୨୧ଟି ଜିଲ୍ଲା ପ୍ରଭାବିତ, ସେପଟେ ଉତ୍ତରପ୍ରଦେଶରେ ବି ବନ୍ୟାରେ ଲୋକେ ହନ୍ତସନ୍ତ ।
୧୫. ଭାରତରେ ମଙ୍ଗଳବାର ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କୋଭିଡ -୧୯ ଟିକାକରଣ କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଦେଶରେ ୧ କୋଟି ୧୬ ଲକ୍ଷ ୭୫ ହଜାର ୫୫୨ଟିକା ଦିଆଯାଇଛି, ଯାହା ଆଜି ପର୍ଯ୍ୟନ୍ତ ଟିକାକରଣରେ ସର୍ବାଧିକ ସଂଖ୍ୟା ।
୧୬. ‘ମୋ କଲେଜ’ ଅଭିଯାନ: ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ୫ ଲକ୍ଷ ଟଙ୍କା ଦାନ କଲେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଏ କେ ସାବତ ।
୧୭. ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ଆସନ୍ତା ୧୧ରେ ସମଲେଶ୍ୱରୀଙ୍କ ପାଖରେ ହେବ ନବାନ୍ନ ଲାଗି, ଦିନ ୧୦ଟା ୧୫ରୁ ୧୦ଟା ୨୫ ଭିତରେ ବାହାରିଲା ମୂହୁର୍ତ୍ତ ।
୧୮. କୋହଳ ହେଲା ଅଗଷ୍ଟ କଟକଣା, ସେପ୍ଟେମ୍ବରରେ ଅନଲକ୍‌ ପ୍ରକ୍ରିୟାକୁ ଗଲେ ରାଜ୍ୟ ସରକାର । ଏଣିକି ଆଉ ରହିବ ନାହିଁ ସପ୍ତାହନ୍ତ ସଟ୍‌ଡାଉନ୍ । ସକାଳ ୫ରୁ ରାତି ୧୦ଟା ଯାଏଁ ଖୋଲାରହିବ ଦୋକାନବଜାର । ବାହାଘର, ବ୍ରତଘର, ଅନ୍ତ୍ୟେଷ୍ଟିରେ ଅତିଥି, ଆୟୋଜକ ସମେତ ୨୫୦ ଜଣ ସାମିଲ ହୋଇପାରିବେ । ସେହିପରି ସିନେମାହଲ ଓ ମଲ୍ ପାଇଁ ଥିବା କଟକଣାକୁ ବି କୋହଳ କରାଯାଇଛି । ହେଲେ ରାଜନୈତିକ, ଧାର୍ମିକ, ସାମାଜିକ, ମେଳା, ମହୋତ୍ସବ ଉପରେ ପୂର୍ବ ପରି କଟକଣା ଜାରି ରହିବ । ପର୍ବପର୍ବାଣୀ ଉପରେ ବି ଅଗଷ୍ଟରେ ଜାରି କଟକଣା ମାନିବାକୁ ପଡ଼ିବ ।
୧୯. ୨୦ ବର୍ଷର ଯୁଦ୍ଧ ସାରି ଆଫଗାନ ମାଟି ଛାଡିଲା ଆମେରିକା । ଯୁଦ୍ଧ ବିମାନକୁ ଅକାମି କରି ବୁଦ୍ଧି ଶିଖାଇଲା ବାଇଡେନ୍ ସେନା, ସେପଟେ ଆମେରିକା ଯିବା ପରେ ଖୁସି ମନାଇଲା ତାଲିବାନ ।
୨୦. ହକି ଖେଳର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କ ପଦକ୍ଷେପକୁ ପ୍ରଂଶସା କଲେ ଅଷ୍ଟ୍ରେଲିଆ ହାଇକମିଶନର ।
୨୧. ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୨ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୯ ଲକ୍ଷ ୯୩ ହଜାର ୨୩୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୨୭ ଜଣ ରହିଛନ୍ତି ।
୨୨. ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୨୦.୧ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି । ଏକ ବର୍ଷ ପୂର୍ବେ ପ୍ରଥମ ତ୍ରୟ ମାସିକର ନିମ୍ନ ଆଧାର ଯୋଗୁଁ ଏହି ବର୍ଷର ଅଭିବୃଦ୍ଧି ହାର ଅଧିକ ରହିଛି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ. ଭି. ସୁବ୍ରମଣ୍ୟମ୍ କହିଛନ୍ତି ।
୨୩.ନୂଆଦିଲ୍ଲୀ:ଶିକ୍ଷା ସଚିବ ଅନୀତା କରୱାଲ ସ୍କୁଲ କର୍ମଚାରୀଙ୍କ ଟିକାକରଣ ନେଇ ରାଜ୍ୟ ସହିତ କଲେ ବୈଠକ ।
୨୪. ଆଜି 125 ଟଙ୍କିଆ ଏକ ସ୍ବତନ୍ତ୍ର ମୁଦ୍ରାକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)
ଶୁଭସକାଳ , GOOD MORNING,ଶୁଭସକାଳ , ଆଜିର ଦିନଟି ଆପଣଙ୍କର ଶୁଭମୟ ଓ ମଙ୍ଗଳମୟ ହେଉ !

Leave A Reply

Your email address will not be published.