ଆଜିର ଅନୁଚିନ୍ତା

ତାରିଖ–୦୧-୦୯-୨୦୨୧(ବୁଧବାର)

0 355

⚜️ପ୍ରଥମେ ନିଷ୍ପତ୍ତି ନିଅ, ତାପରେ କାମ ଆରମ୍ଭ କରିବ।
⚜️ଅର୍ଥ ଏବଂ ଧର୍ମ ହେଉଛି କର୍ମର ଆଧାର।
⚜️ଶତ୍ରୁ କେବଳ ଦଣ୍ଡର ଯୋଗ୍ୟ ହୋଇଥାଏ।
⚜️କଠୋର ସ୍ୱର ଅଗ୍ନି ଅପେକ୍ଷା ଅଧିକ ତୀବ୍ର ଆଘାତ ଦେଇଥାଏ।
⚜️ଶକ୍ତିଶାଳୀ ଶତ୍ରୁକୁ ଦୁର୍ବଳ ବୋଲି ଭାବି ତାଙ୍କୁ ଆକ୍ରମଣ କରାଯିବା ଉଚିତ।
⚜️ତୁମ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ସମାନ ବଳ ସହିତ ଶତ୍ରୁତା କର ନାହିଁ।
⚜️ମନ୍ତ୍ରଣାକୁ ଗୁପ୍ତ ରଖି କାର୍ଯ୍ୟ ସମ୍ପାଦନ କଲେ ସିଦ୍ଧ ହୋଇଥାଏ।
⚜️ଯୋଗ୍ୟ ସହାୟକ ବିନା ନିଷ୍ପତ୍ତି ନେବା ଅତ୍ୟନ୍ତ କଷ୍ଟକର ହୋଇଥାଏ।
⚜️କେବଳ ଏକ ଚକ ଗତି କରେ ନାହିଁ।
⚜ କେତେବେଳେ ପ୍ରାଣ ହୋଇଯିବ ଶୂନ୍ୟ ଆଶା ମୋର ପୂର୍ଣ୍ଣ କର ଜୀବ ଥିବା ବେଳେ ଆସିଯାଅ ବାରେ ଦେଖିବି ହେ ପ୍ରିୟବର ।
⚜ଧନ , ଜୀବନ ଓ ଯୌବନ ପାଇଁ ଗର୍ବ କର ନାହିଁ,କାରଣ ନିମିଷକରେ କାଳ ( ସମୟ )ସେ ସବୁକୁ ହରଣ କରିନିଏ ।
⚜ଜୀବନରେ ସଫଳତା ନାମକ ପୋଷାକ ପିନ୍ଧିବାକୁ ହେଲେ, ନିଜ ପାଖରେ ପରିଶ୍ରମ ନାମକ ଗୁଣ ରହିବା ନିତ୍ୟାନ୍ତ ଆବଶ୍ୟକ ।
⚜ବିଶ୍ବାସକୁ ନେଇ ସମ୍ପର୍କ ସୃଷ୍ଟି ଆଉ ସେହି ବିଶ୍ବାସ ତୁଟିଗଲେ ସମ୍ପର୍କ ନଷ୍ଟ ।
⚜ଦୁଃଖେ ସଞ୍ଚିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ ।
⚜️ଜୀବନରେ ଦୁଇ ପ୍ରକାର ବନ୍ଧୁ ଆବଶ୍ୟକ….. …. ଜଣେ କୃଷ୍ଣ….ଯେ ଲଢ଼ିଲେ ତ ନାହିଁ ବନ୍ଧୁକୁ ଜିତାଇ ଦେଲେ….ଆଉ ଜଣେ କର୍ଣ୍ଣ….ଯେ ହାରିଗଲେ ପଛକେ ଶେଷ ପର୍ଯ୍ୟନ୍ତ ବନ୍ଧୁକୁ ଛାଡ଼ି ଗଲେ ନାହିଁ. ପ୍ରେମ ଠାରୁ ତ୍ୟାଗ ବଡ ……ସୌନ୍ଦର୍ଯ୍ୟ ଠାରୁ ଚରିତ୍ର ହିଁ ବଡ …ମାନବିକତା ହିଁ ସମ୍ପତ୍ତି ଠାରୁ ବଡ ..ଅହଂକାରୀ ଠାରୁ ଏକ ଗରୀବ ବଡ଼ ..୧୦୦ ସାର୍ଥପର ବନ୍ଧୁ ଠାରୁ ଗୋଟିଏ ସ୍ନେହୀ ବନ୍ଧୁ ବଡ ….
⚜️ଜାଣତରେ ହେଉ, କି ଅଜାଣତରେ ହେଉ, ଜାଳେଣି ଦ୍ରବ୍ଯ ସହିତ ଅଗ୍ନିର ସଂଯୋଗ ହୋଇଗଲେ ଯେପରି ଜାଳେଣି ଦ୍ରବ୍ଯ ପୋଡ଼ି ଭସ୍ମ ହୋଇଯାଏ, ଠିକ୍ ସେହିପରି ଜାଣି ଜାଣି ହେଉ,କି ଅଜାଣତରେ ହେଉ,ଭଗବାନଙ୍କର ନାମ ଉଚ୍ଚାରଣ ବା ନାମ ସଂକୀର୍ତ୍ତନ କରିଦେଲେ, ମନୁଷ୍ୟର ପାପ ଭସ୍ମ ହୋଇଯାଏ । ମହାଶକ୍ତିଶାଳୀ ଔଷଧର ଗୁଣ ନ ଜାଣି ମଧ୍ୟ ତାହା ପାନ କରିଦେଲେ ଯେପରି ପାନ କରିଥିବା ଲୋକ ଉପରେ ତାହାର ପ୍ରଭାବ ପଡ଼ିଥାଏ,ସେହିପରି ନ ଜାଣି ଭଗବାନଙ୍କ ନାମ ଉଚ୍ଚାରଣ କଲେ ମଧ୍ୟ ଭଗବତ୍ ନାମ ତାର ଫଳ ଦେଇଥାଏ ।
⚜️ଜଗତ, ଜୀବ ଓ ପରମାତ୍ମା, ଏ ତିନିଙ୍କ ଉପରେ ବିଚାର କଲେ ଜଣାଯିବ ଯେ କେବଳ ପରମାତ୍ମାଙ୍କର ହିଁ ସ୍ବତନ୍ତ୍ର ସତ୍ତା ଅଛି, ଜଗତ ଓ ଜୀବର ସ୍ବତନ୍ତ୍ର ସତ୍ତା ନାହିଁ,ଜଗତକୁ ଜୀବ ହିଁ ଧରି ରଖିଛି,ଅର୍ଥାତ୍ ଜୀବ ହିଁ ଜଗତକୁ ସତ୍ତା ଦେଇଛି, ପ୍ରକୃତରେ ଜଗତର ସ୍ବତନ୍ତ୍ର ସତ୍ତା ନାହିଁ, ଜୀବ ପରମାତ୍ମାଙ୍କର ଅଂଶ, ତେଣୁ ସ୍ବୟଂ ଜୀବର ମଧ୍ୟ ସ୍ବତନ୍ତ୍ର ସତ୍ତା ନାହିଁ, ତାତ୍ପର୍ଯ୍ୟ ହେଲା, ଜଗତର ସତ୍ତା ଜୀବର ଅଧିନ ଓ ଜୀବର ସତ୍ତା ପରମାତ୍ମାଙ୍କର ଅଧିନ, ସେଥିପାଇଁ ଏକମାତ୍ର ପରମାତ୍ମାଙ୍କ ବ୍ଯତୀତ ଅନ୍ୟ କିଛି ନାହିଁ, ଜଗତ ଓ ଜୀବ କେବଳ ପରମାତ୍ମାଙ୍କ ଠାରେ ହିଁ ପ୍ରତୀୟମାନ ହେଉଛନ୍ତି। 🙏.ଓଁ ନମଃ ଗଣନାୟକ🙏.ଶୁଭ ସକାଳଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.