ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ସଚେତନତା

0 87

ବାରଙ୍ଗ,୨୧ା୭ (ଏସଏସନିଉଜ) ବାରଙ୍ଗ ସ୍ଥିତ ଝୁନଝୁନୱାଲା ବିଦ୍ୟାପୀଠରେ ଦାଢ଼ାପାଟଣା ସ୍ଵାସ୍ଥ୍ୟ ଉପକେନ୍ଦ୍ର ପକ୍ଷରୁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା କାର‌୍ୟ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଏହି କାର‌୍ୟ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ତମାଖୁ ବର୍ଜନ ଶପଥପାଠ କରାଯିବା ସହ ଧୁମ୍ରଯୁକ୍ତ ତମାଖୁ ଏବଂ ଧୁମ୍ରବିହୀନ ତମଖୁ ସେବନ ଠାରୁ ଦୁରେଇ ରହିବା ପାଇଁ ପ୍ଲା କାର୍ଡ ଏବଂ ଶ୍ରେଣୀ ଗୃହରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ ସଚେତନତା କରାଯାଇଥିଲା।ଏହାସହ ବିଦ୍ୟାଳୟ ପରିସରରେ ଏକ ରାଲି ମଧ୍ୟ ଆୟୋଜନ କରାଯାଇଥିଲା।ଏହି କାର‌୍ୟ୍ୟକ୍ରମରେ ମହିଳା ସ୍ଵାସ୍ଥ୍ୟକର୍ମୀ ଜୟଶ୍ରୀ ପଣ୍ଡା, ପୁରୁଷ ସ୍ବାସ୍ଥ୍ୟକର୍ମୀ ସୁଭ୍ରାରବିନ୍ଦ ଦାସ, ଆଶାକର୍ମୀ ବାସନ୍ତୀ ପଟ୍ଟନାୟକ, ଆରବିଏସକେର ଡ଼ାକ୍ତର ସାଫଲ୍ୟ ମହାକୁଡ଼,ସୁନୀତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।ଏଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ. ଶିକ୍ଷକ , ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ।(ଗୈାତମରାଉତଙ୍କରିପୋର୍ଟ)

 

Leave A Reply

Your email address will not be published.