୨୦୨୩ମସିହା ଜୁଲାଇମାସ ୨୨ତାରିଖ ଶନିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୨/୧୫ ,ସୂର୍ଯ୍ୟାସ୍ତ- ଘ୬/୨୩/୩୭ ,ଶ୍ରାବଣମାସ ,ତିଥି- ଚତୁର୍ଥୀ ଦିବା ଘ୯/୩୭ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଏବଂ ରାତ୍ରି ଘ୧୨/୩୪ମି ପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତ ବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ମୂଳା, ଦିବା ଘ୯/୩୭ମି ପରେ ବେଲ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ରୁ ଦିବା ଘ୭/୧ମି ମଧ୍ୟେ, ଘ୪/୪୬ମି ରୁ ଘ୬/୨୩ମିପର୍ଯ୍ୟନ୍ତ। କାଳରାତ୍ରି ଅସ୍ତରୁ ରାତ୍ରି ଘ୭/୪୫ମି ମଧ୍ୟେ, ଘ୪/୨ମି ରୁ ଘ୫/୨୩ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୯/୨୪ମି ରୁ ଘ୧୨/୩୬ମି ମଧ୍ୟେ, ରାତ୍ରିଘ୮/୪୬ମି ରୁ ଘ୧୧/୧୦ମି ମଧ୍ୟେ, ଘ୧୨/୪୬ମି ରୁ ଘ୨/୨୨ମି ମଧ୍ୟେ, ଘ୩/୧୦ମି ରୁ ଘ୪/୪୬ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ ।
ମେଷ-ଆଜି ଦୃଢତାରସହ ନିଜର ପାରିପାର୍ଶ୍ୱିକଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦରସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତହେବେ। ଯେତେବେଳପର୍ଯ୍ୟନ୍ତ ଜଣେସ୍ତ୍ରୀ ଆପଣଙ୍କଜୀବନ ମଧ୍ୟରେ ଆପଣଙ୍କୁବୁଝିଛି ଏବଂ ଉତ୍ସାହିତକରୁଛି, ତାପାଇଁ ସବୁକିଛି ଆଜି ତ୍ୟାଗକରିବା ସ୍ୱାଭାବିକଅଟେ । ସେ ଆପଣଙ୍କ ମାଆ ମଧ୍ୟ ହୋଇପାରନ୍ତି । ପାରିବାରିକ ତଥା ଘରବିଷୟରେ ଆଲୋଚନା ମଙ୍ଗଳମୟହେବ । ଯଦି କିଛିପାଇ ନାହାନ୍ତି ତେବେ ଆଶା ଛାଡନ୍ତୁନାହିଁ ।
ବୃଷ-ଆଜି ବିଦେଶରୁ ସୁଫଳଯୁକ୍ତ ଖବର ପାଇବେ ନିଜ ବନ୍ଧୁ ତଥା ଆତ୍ମିୟମାନଙ୍କଠାରୁ। ଏଥିରେ ଖୁସୀ ହୋଇ ବିଦେଶ ଯିବାପାଇଁ ମନ ବଳିବ । ଛାତ୍ର ମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।
ମିଥୁନ-କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ, ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ତେଣୁ, ଆପଣ ଭଲ ପାଉଥିବା ଅଭ୍ୟାସ ଏବଂ ଉପକରଣରେ ମିଶି ଯାଆନ୍ତୁ । ଏହା ଆପଣଙ୍କୁ ଚିନ୍ତା ବିହୀନ କରିଦେବ ।
କର୍କଟ-ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ । ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟ୍ନର୍ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣ ଆପଣଙ୍କ ମନରେ ବହୁତ ଦିନ ପର୍ଯ୍ୟନ୍ତ ଛାପି ରହିବ ।
ସିଂହ-ଆଜି ଦିନଟି ଆପଣଙ୍କ ପାଇଁ ଏତେ ଟା ଶୁଭ ନୁହେଁ । ଆପଣ ଅସଂଖ୍ୟ ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରି ପକାଇପାରେ । ଛାତିକୁ ଦମ୍ଭ କରନ୍ତୁ । ଆଜିର ଦିନଟି ଅଫିସ୍ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ ସେଥିପାଇଁ ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବା କଠିନ ହେବ ।
କନ୍ୟା-ଆଜି ଦିନରେ ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚିଯାଇପାରେ । ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି ପକାଇବେ । ଆଜି, ନିବେଶକମାନେ ସାବଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଇଛି ।
ତୁଳା-ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ରହିବା କଷ୍ଟକର ହୋଇପଡିବ । ସବୁ ସମୟରେ ସତର୍କ ରହିବା ଭଳି ଘଟଣା ବିଶେଷ କରି ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ପ୍ରତି ବିରତ ରୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରିବେଶ ଅସ୍ଥିର ରହିବ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।
ବିଛା-ଦୟାକରି ସମସ୍ୟା ଯୋଗୁଁ ଅଟକି ଯାଆନ୍ତୁ ନାହିଁ , ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଘରର ପରିବେଶ ଅନୁକୂଳ ସାବ୍ୟସ୍ତ ହେବ ନାହିଁ । ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ଆଉ ମଧ୍ୟ, ଆପଣଙ୍କର ରାଗପଣତା ଆପଣଙ୍କୁ ତିଳେ ମାତ୍ର ସାହାଯ୍ୟ କରିବ ନାହିଁ ; ସାବଧାନ ରୁହନ୍ତୁ । ଶେଷ ହୋଇ ନ ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡିବ, ତଥାପି ଆପଣ ଶାନ୍ତ ରୁହନ୍ତୁ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ ।
ଧନୁ-ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ |
ମକର-ଦିନଟି ଆଶ୍ଚର୍ଯ୍ୟମୟ ରହିବ । ଗୋଟିଏ ପ୍ରାର୍ଥନା ସହ ଦିନ ଆରମ୍ଭ କରନ୍ତୁ । ଆଜି ପ୍ରତ୍ୟେକ ଜିନିଷ ସଠିକ୍ ସ୍ଥାନ ଏବଂ ସଠିକ୍ କ୍ରମରେ ରହିବ । ଏହାକୁ ପ୍ରିୟଜନ କିମ୍ବା ବ୍ୟବସାୟ ସହ ଯୋଡନ୍ତୁ । ସଠିକ୍ ହୁଅନ୍ତୁ । ବ୍ୟବସାୟ ଦୃଷ୍ଟିରୁ ଆପଣ ଜଣେ ଯଥୋଚିତ କର୍ମଚାରୀ ହେବେ ।
କୁମ୍ଭ-ନିଜ ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନାହିଁ । ଠିକରେ ବିଶ୍ରାମ ମିଳିବ ନାହିଁ, ଶେଷରେ ଆଜି ସେ ତା’ର ପ୍ରଭାବ ଦେଖାଇବ। ନିଜେ ଅସୁସ୍ଥତା ଅନୁଭବ କରିବେ, ଯେଉଁଥିରେ ମାନସିକ ସ୍ଥିରତା ଦରକାର। ବିଶ୍ରାମ ନେବାପାଇଁ ଯଦିସମ୍ଭବ, ଅସୁସ୍ଥତା କାରଣରୁ ଛୁଟି ନେଇ ପାରନ୍ତି। କଚେରୀ କାମରେ ସାବଧାନ ଏବଂ କାହା କଥାରେ ଧନ ଲଗାନ୍ତୁ ନହିଁ। ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ହୁଅ। ଆଜି ନିଜ ପ୍ରିୟଜନ ତୁମକୁ ବିରୋଧ କରିବେ। ଏଥିରେ ଗୁରୁତ୍ୱ ଦିଅନାହିଁ, ବରଂ ସେମାନଙ୍କ ନିର୍ଦେଶ କୁ ନିରିକ୍ଷଣ କରନ୍ତୁ, ହୁଏତ ଆପଣ ଭୁଲ ଥାଇପାରନ୍ତି, ବଦଳି ଯାଆନ୍ତୁ।
ମୀନ-ହଠାତ୍ ଆର୍ଥିକ ଲାଭର ସମ୍ଭାବନା ନିଶ୍ଚିତ ଭାବରେ ରହିଛି । ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ସମୟର ଆଶା କରାଯାଉଛି । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ, ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଭାଗ୍ୟବାନ ଅନୁଭବ କରିବେ ।

ନିତୀବାଣି–ଦିଆସିଲି ଅନ୍ୟ କାହାରିକୁ ଜଳେଇବା ପୂର୍ବରୁ ନିଜକୁ ଜାଳିଥାଏ ସେହିପରି ରାଗ ମଧ୍ୟ ଦିଆସିଲି ଭଳି ଅନ୍ୟକୁ ବର୍ବାଦ କରିବା ପୂର୍ବରୁ ନିଜକୁ ବର୍ବାଦ କରିଥାଏ
ବାସ୍ତୁଟିପ୍ପଣୀ-ଶ୍ରାବଣ ମାସରେ କେଉଁସବୁ ପକ୍ଷୀ ଘରକୁ ଆସିଲେ ଶୁଭ ହୋଇଥାଏ?
ଶ୍ରାବଣମାସରେ ଏହିସବୁପକ୍ଷୀ ଘରକୁ ଆସିଲେ ବହୁତଶୁଭ ହୋଇଥାଏ। ଏହିପକ୍ଷୀ ମାନେ କୌଣସି ଖାସବ୍ୟକ୍ତିଙ୍କ ଘରକୁ ଆସନ୍ତି। ଏହିପକ୍ଷୀ ଘରକୁ ଆସିବାରଅର୍ଥ ସାକ୍ଷତ ଭଗବାନଶିବ ଘରକୁ ଆସିବା। ଏବେଠାରୁ ଆପଣଙ୍କର ଗରିବିରଅନ୍ତ ହେବ। ଭଗବାନ ଶିବଙ୍କରକୃପା ଆପଣଙ୍କଉପରେ ବର୍ଷିବ। ଶାସ୍ତ୍ରଅନୁସାରେ ପଶୁପକ୍ଷୀ ଆମ ବାତାବରଣକୁ ସ୍ୱଚ୍ଛ ବନେଇଥାନ୍ତି।ଯଦି ଏହି ୫ଟିପକ୍ଷୀ ଆପଣଙ୍କ ଘରର ଛାତଉପରକୁ ଆସି ଦାନାଖାଏ କିମ୍ବା ପାଣିପିଏ ତେବେ ଆପଣଙ୍କସହିତ କିଛି ଏମିତିହେବ ଯାହାର କଳ୍ପନା ମଧ୍ୟ ଆପଣ କେବେବି କରିନଥିବେ। ଏହିପକ୍ଷୀ ଆପଣଙ୍କ ଜୀବନରେ ସୌଭାଗ୍ୟନେଇ ଆସିବେ। ଧନରଦେବୀ ମାଲକ୍ଷ୍ମୀଙ୍କୁ ସାଥିରେନେଇ ଆସିବେ।
ନୀଳକଣ୍ଠପକ୍ଷୀ:- ଶାସ୍ତ୍ରଅନୁସାରେ ଏହିପକ୍ଷୀ ଭଗବାନଶିବଙ୍କର ପ୍ରତୀକ ଅଟେ। ଏହି ପକ୍ଷୀକୁ ଦେଖିବାମାତ୍ରେ ବ୍ୟକ୍ତିର ସବୁକଷ୍ଟ ଦୂରହୋଇଥାଏ। ଏହିପକ୍ଷୀ ଘରକୁ ଆସିଲେ ଦାନାପାଣି ନିଶ୍ଚୟ ଖାଇବାକୁଦିଅନ୍ତୁ। ଯଦି ସେ ଦାନା ଗ୍ରହଣକରେ ତେବେ ବୁଝିନିଅନ୍ତୁ ଆପଣଙ୍କଭାଗ୍ୟ ଉଦୟ ହୋଇଗଲା। ଏହିପକ୍ଷୀ ଯାହାଙ୍କଘରକୁ ଆସିଥାଏ ସେହି ଲୋକ ବହୁତ ଭାଗ୍ୟଶାଳି ହୋଇଥାନ୍ତି। ଏହିପକ୍ଷୀକୁ କେବେବି ମାରିବେନାହିଁ।
କାଉ:- କୁହାଯାଏ କାଉଯଦି ଘରକୁଆସି ଦାନାପାଣି ଖାଇଥାଏ ତେବେ ବୁଝିନିଅନ୍ତୁ ଆପଣଙ୍କସହିତ କେବେବି ଖରାପହେବନାହିଁ। ଘରେ କେବେବି କାହାର ଅକାଳମୃତ୍ୟୁ ହେବନାହିଁ। କାଉକୁ ଦାନାପାଣି ଖୁଆଇବାଦ୍ୱାରା ବ୍ୟକ୍ତିର ବ୍ୟକ୍ତିର ଟଳିଯାଏ। କାଉ ଘରର ଛାତକୁ ଆସିଲେ ତାକୁ ନିଶ୍ଚୟ ଦାନାପାଣି ଖୁଆନ୍ତୁ। କାଉରସେବା କରିବାରଅର୍ଥ ସ୍ୱୟଂ ଭଗବାନଶନିଦେବଙ୍କ ସେବାକରିବା ସହିତ ସମାନ।
ଘରଚଟିଆ:- ଏହପକ୍ଷୀକୁ ସ୍ଵୟଂ ମାଲକ୍ଷ୍ମୀଙ୍କର ପ୍ରତୀକ ମାନାଯାଏ। ଏହିପକ୍ଷୀ ଘରକୁ ଆସିବାରଅର୍ଥ ସାକ୍ଷାତ ମାଲକ୍ଷ୍ମୀ ଘରକୁଆସିବା ସହିତ ସମାନଅଟେ। ମାନାଯାଏ ଯେବେ ଏହିପକ୍ଷୀ ଘରକୁଆସି ଦାନାପାଣି ଖାଇଥାଏ ,ତେବେବୁଝିନିଅନ୍ତୁ ଆପଣଙ୍କ ଘରେ ମାଲକ୍ଷ୍ମୀଙ୍କର ବାସହୋଇଛି। ଏହିପକ୍ଷୀ ଘରେ ବସାବାନ୍ଧିବା ବହୁତ ଶୁଭ ହୋଇଥାଏ।
ପାରା:-ଏହିପକ୍ଷୀକୁ ଶୁଭମାନାଯାଏ। ଯେଉଁଘରେ ପାରାଆସି ଦାନାପାଣି ଖାଇଥାଏ ତ ତାଙ୍କରଭାଗ୍ୟ ଉଦୟହେବାକୁ ଯାଉଛି। ଜୀବନରେ କିଛିପରିବର୍ତ୍ତନ ହେବାକୁ ଯାଉଛି। ଏହିପକ୍ଷୀ ଘରକୁ ଭଲଭାଗ୍ୟ ନେଇ ଆସିଥାନ୍ତି।
ପେଚା:- ଯଦି ସକାଳୁସକାଳୁ ପେଚାଆସି ଘରେବସେ ତେବେ ବୁଝିନିଅନ୍ତୁ ଯେ ମା ଲକ୍ମୀଇ ଙ୍କର ବାସହୋଇଥାଏ। ଏହାଘରକୁ ଆସିଲେ ଘଉଡ଼ାଇବେନାହିଁ। ଘରକୁ ପେଚା ଆସିବା ମଙ୍ଗଳକାରୀହୋଇଥାଏ , କାରଣ ପେଚା ମାଲକ୍ଷ୍ମୀଙ୍କର ବାହନଅଟେ କିନ୍ତୁ ରାତିସମୟରେ ପେଚାଆସିବା ଅଶୁଭସଂକେତ ଅଟେ। ଏହାରଅର୍ଥ ଆପଣଙ୍କଉପରେ କରଜରଭାର ନେଇଆସିଥାଏ।ଆପଣଙ୍କଜୀବନ ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
