ଟିକା ନିଅ ନହେଲେ ଦରମା ବନ୍ଦ-ଜିଲ୍ଲାପାଳ

0 304

କଟକ:୫/୨(ଏସଏସଏନ୍)- ଟୀକା ନନେଲେ ଦରମା ବନ୍ଦ, ଏହେଉଛି କଟକ ଜିଲ୍ଲାପାଳଙ୍କ ଅଜବ ନିୟମ । ରାଜ୍ୟରେ କୋଭିଡ ଟୀକାକରଣରେ କଟକ ଜିଲ୍ଲା ପଛରେ ଥିବାରୁ ଏହା ଲଜ୍ଜାଜନକ ସ୍ଥିତି ସୃଷ୍ଟି କରୁଛି । ଯାହାଫଳରେ ୧୦ ଫେବୃଆରୀ ସୁଦ୍ଧା ଟୀକା ନନେଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି କଟକ ଜିଲାପାଳ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେବେ
ଦେଶରେ ଟୀକାକରଣ ସ୍ବେଚ୍ଛାକୃତ ହୋଇଥିବା ବେଳେ କେଉଁ ଆଧାରରେ କଟକ ଜିଲ୍ଲାପାଳ ବାଧ୍ୟତାମୂଳକ କରାଇଲେ ତାହା ବୃଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କୁ ଟିକା ଦେବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇସାରିଛି। ତେବେ କରୋନା ଟିକା ନେବା ପାଇଁ ଅନେକ ସ୍ବାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ିକର୍ମୀ ଆଗ୍ରହ ଦେଖାଉନାହାନ୍ତି।

ନାମପଞ୍ଜୀକରଣ କରି ଟିକା ନ ନେଲେ ଦରମା ବନ୍ଦ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇ ନୋଟିସ୍‌ ଜାରି କରିଛନ୍ତି। ଅଧିକାଂଶ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କମୀ ଟିକା ନେଉନଥିବାରୁ ଜିଲାପାଳ ଏଭଳି ଚେତାବନୀ ଦେଇଛନ୍ତି। ନାମ ପଞ୍ଜୀକରଣ କରି ଟିକା ନେଉନଥିବା କର୍ମଚାରୀଙ୍କୁ ଜିଲାପାଳ ଚେତାବନୀ ଦେଇ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କରୋନା ଟିକାକରଣର ଶେଷ ତାରିଖ ଫେବୃଆରୀ ୧୦ ରହିଛି। ତେଣୁ ପଞ୍ଜୀକରଣ କରିଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ିକର୍ମୀ ଫେବୃଆରୀ ୧୦ ସୁଦ୍ଧା କରୋନା ଟିକା ନେବା ଦରକାର। ପଞ୍ଜୀକରଣ କରି ଟିକା ନେଇନଥିବା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ିକର୍ମୀ ସେମାନଙ୍କ ଦରମା/ଷ୍ଟାଇପେଣ୍ଡ ଉଠାଇ ପାରିବେ ନାହିଁ, ଏହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ବୋଲି ଧରାଯାଇପାରିବ। ଏ ନେଇ ସିଏମ୍‌ସି କମିଶନର, ଏସ୍‌ସିବି ଅଧୀକ୍ଷକ, ସିଡିଏମ୍‌ଓ ପ୍ରମୁଖଙ୍କୁ ଜିଲାପାଳ ଶ୍ରୀ ଚଇନି ଚିଠି ଲେଖି ନିର୍ଦେଶ ଜାରି କରିଛନ୍ତି। କଟକ ଜିଲାରେ ଟିକାକରଣ ହାର ନଗଣ୍ୟ ଥିବାରୁ ଜିଲାପାଳ ଶ୍ରୀ ଚଇନିଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ଟିକା ନ ନେଲେ ଦରମା ବନ୍ଦ ନେଇ କଟକ ଜିଲାପାଳଙ୍କ ନିଷ୍ପତ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍ଥାନୀୟସ୍ତରରେ ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷରେ ପଞ୍ଜୀକରଣ କରି ଯେଉଁ ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ କିମ୍ବା ଅଙ୍ଗନବାଡ଼ିକର୍ମୀ ଟିକା ନେବେ ନାହିଁ ସେମାନଙ୍କ ଦରମା ବନ୍ଦ ହୋଇପାରେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.