ବ୍ରାଉନସୁଗାର ଜବତ ଜଣେ ଗିରଫ

0 302

ପିପିଲି :୫/୨(ଏସଏସଏନ୍)  ପିପିଲି ଅଞ୍ଚଳରେ  ବ୍ରାଉନସୁଗାର କାରବାର ଦିନ କୁ ଦିନ  ବୃଦ୍ଧି ପାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ସେନେଇ ପିପିଲି ପୁଲିସ ଚଢଉ କରି ବ୍ରାଉନସୁଗାର ବିକ୍ରି କରୁଥିବା ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ କାଳନ୍ଦୀ ବୈଠାରୁ ଓରଫ କାଳିଆ (୨୫) ଓ ତାର ଘର ଉକ୍ତ ଦେବୀଗଳି ଭବାନୀପୁର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ତା’ ନିକଟରୁ ପୁଲିସ ୬.୫ ଗ୍ରାମ ବ୍ରାଉନସୁଗାର, ନଗଦ ୫ହଜାର ଟଙ୍କା ଓ ଏକ ବାଇକ୍‍କୁ ଜବତ କରିଛି । ଗିରଫ ଅଭିଯୁକ୍ତକୁ ପୁଲିସ ଆଜି ପୁରୀ କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି  ।

ସୂଚନା ଅନୁଯାଇ, ପିପିଲି ଏନ୍‍ଏସି ଅନ୍ତର୍ଗତ ଦେବୀଗଳି ଅଞ୍ଚଳରେ ବ୍ରାଉନ୍‍ସୁଗାର କାରବାର ଚାଲିଥିବା ସଂପର୍କରେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଥାନାଅଧିକାରୀଙ୍କ  ତତ୍ତ୍ୱାବଧାନରେ ଏକ ଟିମ  ଚଢଉ କରିବା ସହ ବ୍ରାଉନସୁଗାର ବିକ୍ରି କରୁଥିବା କାଳନ୍ଦୀ ବୈଠାରୁ ଓରଫ କାଳିଆକୁ ଧରିବାରେ ସକ୍ଷମ ହୋଇଥିଲେ । ଚଢଉ ବେଳେ କାଳିଆର ଭାଇ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା । ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ କାଳିଆ ଠାରୁ ୬.୫ଗ୍ରାମ ବ୍ରାଉନସୁଗାର, ନଗଦ ୫ହଜାର ଟଙ୍କା ଓ ଏକ ବାଇକ୍‍କୁ ଜବତ କରିଥିଲା । ଜବତ ବ୍ରାଉନସୁଗାରର ମୂଲ୍ୟ ୬୫ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି । ଫେରାର୍‍ ହୋଇଯାଇଥିବା ଅଭିଯୁକ୍ତ ସମେତ ଏହି କାରବାରରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.