ଟିକା ନେଲେ ତିନି ଛୁଆ

0 463

ବାରଙ୍ଗ,୨୯/୫(ଏସଏସନିୟୁଜ)ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ବାଘୁଣୀ ବିଜୟା ଔରଷରୁ ଜନ୍ମଗ୍ରହଣ କରିଥିବା ତିନିଶାବକ ଫେଲିଜେନ ଟିକା ନେଇଛନ୍ତି । ।ଗତମାର୍ଚ୍ଚ୨୮ତାରିଖରେ ବିଜୟାଏହି ତିନଟିଛୁଆକୁ ତିନଟି ପର୍ଯ୍ୟାୟରେ ଜନ୍ମ ଦେଇଥିଲା ।ପ୍ରଥମ ଛୁଆ ୧୦.୫୮ମିନଟରେ ଜନ୍ମ ହୋଇଥିବାବେଳେ ଦ୍ୱତୀୟଟି ୧ଟା ଓ ତୃତୀୟଟି୧.୩୫ରେ ଜନ୍ମଗ୍ରହଣ କରିଥିଲା ।ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲିବାଘ ସେଫ ସହ ବାଘୁଣୀ ବିଜୟାର ମିଳନ ହୋଇଥିଲା । ମା ପାଖରେ ୬୦ଦିନ କାଟିବାପରେ ଶୁକ୍ରବାରଦିନ ପ୍ରଥମକରି ନନ୍ଦନକାନନର ଡାକ୍ତରମାନେ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିଛନ୍ତି ।ଯାଂଚବେଳେ ତିନଟିଛୁଆ ଅଣ୍ଡିରା ବୋଲି ଜଣାପଡିଛି ।୍‌ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏହି ଶାବକ ତିନିଙ୍କୁ ବ୍ୟାକକ୍ରଲରେ ଛଡାଯାଇଥିବାର ଜଣାପଡିଛି । ଏହି ୩ଶାବକ ଆଗାମୀ ଦିନରେ ପର‌୍ୟ୍ୟଟକଙ୍କୁ ମନୋରଞ୍ଜନ କରିବା ସହ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବାକୁ ଯାଉଛନ୍ତି । ବର୍ତ୍ତମାନ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ବାଘ ସଂଖ୍ୟା ୨୭ ଥିବାର ଜଣାପଡିଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.