ସିପି ବାଂଟିଲେ ମାସ୍କ ଓ ସାନିଟାଇଜର

0 207

ବାରଙ୍ଗ,୨୯/୫(ଏସଏସନିୟୁଜ) ଶନିବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର – କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନନ୍ଦନକାନନ ଏବଂ ଇନଫୋସିଟୀ ଥାନା ପରିଦର୍ଶନ ରେ ଆସି ଥାନା ସମ୍ମୁଖ ଚେକ୍ ପୋଷ୍ଟ ରେ ନିୟୋଜିତ ଥିବା ପୋଲିସ କର୍ମଚାରୀ ଏବଂ ଟ୍ରାଫିକ କର୍ମଚାରୀଙ୍କୁ ସଚେତନ କରିବା ସହିତ ମାସ୍କ,ସାନିଟାଇଜର ଏବଂ ଖାଦ୍ୟ ପଦାର୍ଥ ବାଣ୍ଟିଥିଲେ।ଏଥିସହ କୋରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ସୁଚାରୁରୂପେ ନିଜର କର୍ତ୍ତବ୍ୟ ପାଳନ କରୁଥିବାରୁ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ପରେ ନନ୍ଦନକାନନ ଥାନା କୁ ଗସ୍ତକରି ଫେରିଯାଇଥିଲେ।ଏହିସମୟରେ ଥାନାଅଧିକାରୀ ବିଶ୍ୱରଞନସେନାପତିଙ୍କ ସହ ଥାନାର ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.