ଘରକୁ ଘର ବୁଲିଲେ କରୋନା ସର୍ବେକ୍ଷଣ କଲେ

0 193

ବାରଙ୍ଗ,୨୯/୫(ଏସଏସନିୟୁଜ) ମେଣ୍ଢାଶାଳସରକାରୀଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ତତ୍ୱାବଧାନରେ ଗ୍ରାମାଂଚଳରେ ଆରମ୍ଭ ହୋଇଛି କରୋନା ସର୍ବେକ୍ଷଣ । ଗ୍ରାମାଞ୍ଚଳରେ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଏଏନ୍ଏମ୍ ଦିଦିଙ୍କ ଦ୍ବାରା ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଓ କରୋନା ସର୍ବେକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି । ଭୁବନେଶ୍ବର ବ୍ଲକ ରଘୁନାଥପୁର ,ଦାଢା, କଲ୍ୟାଣପୁର, ବରିମୁଣ୍ଡ, କଳାରାହାଙ୍ଗ ଆଦି ୫ପଞ୍ଚାୟତରେ ଶୁଭାରମ୍ଭ ହୋଇଛି। ଏହି ପରିପେକ୍ଷୀରେ ଶନିବାର ସକାଳେ ଦାଢାପଞ୍ଚାୟତର ଭଗବତୀନଗର ୫ ନମ୍ବର ଓ୍ବାର୍ଡରେ ଅଙ୍ଗନଓ୍ବାଡି କର୍ମୀ ମନୋରମା ଭୋଇ, ଆଶାକର୍ମୀ ବାସନ୍ତୀ ଦାସ ଘରକୁ ଘର ବୁଲି ଲୋକମାନଙ୍କ ଠାରୁ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯଥା, ଥଣ୍ଡା, ଜ୍ବର, କାଶ ବିଷୟରେ ପଚାରି ବୁଝିବା ସହ କରୋନା ସର୍ବେକ୍ଷଣ କାର‌୍ୟ୍ୟ ଆରମ୍ଭ କରିଛନ୍ତି।ସେହିପରି ଅଙ୍ଗନଓ୍ବାଡି କର୍ମୀ ଜ୍ୟୋଷ୍ନାରାଣୀ ପରିଡା, ସାଗରିକା ଭଞ, ଆଶାକର୍ମୀ ବାସନ୍ତୀ ଦାସ ପ୍ରମୁଖ ଘରଘର ବୁଲି କରୋନା ସର୍ବେକ୍ଷଣ କରିଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.