ସୁନାଦେଈ ମନ୍ଦିରରୁ ଚୋରି

0 309

ବାରଙ୍ଗ,୨୯/୫(ଏସଏସନିୟୁଜ) ଚୋରମାନଙ୍କ ଟାର୍ଗେଟରେ ଏବେ ଗ୍ରାମାଂଚଳରେ ଥିବା ମନ୍ଦିର ରହିଛି ।ଭୁବନେଶ୍ୱର ବ୍ଲକଅର୍ନ୍ତଗତ କଳାରାହଙ୍ଗ ଗ୍ରାମରେ ଥିବା ଦ୍ୱିତୀୟ ଲିଙ୍ଗରାଜମନ୍ଦିର କୁହାଯାଉଥିବା ଜଳେଶ୍ୱର ମନ୍ଦିରରୁ ଲକ୍ଷାଧରକ ଟଙ୍କାର ସୁନାଅଂଳକାର ଚୋରୀ ହୋଇଥିଲା ।ଏହାପରେ ଏହି ପଂଚାୟତର ପଦ୍ମକେଶରୀପୁର ଗାଁମୁଣ୍ଡରେ ଥିବା ଡାଳଖାଇ ମନ୍ଦିରରୁ ଚୋରୀହୋଇଥିଲା । ଏବେ ବାରଙ୍ଗ ବଛିପୁର ଗ୍ରାମର ଗ୍ରାମଦେବତୀ ମା’ ସୁନାଦେଈ ମନ୍ଦିରରୁ ଗତ ଶୁକ୍ରବାର ରାତିରେ କେହି ଦୃର୍ବୁତ୍ତ ମନ୍ଦିର ତାଲାଭାଙ୍ଗି ଠାକୁରାଣୀଙ୍କ ସୁନାଅଳଙ୍କାର ସମେତ ସମସ୍ତ ଆସବାସପତ୍ର ଚୋରି କରିନେଇଛି ।ଶନିବାର ସକାଳେ ପୁଜକ ପୁଜାକରିବାକୁ ଆସିବାବେଳେ ମନ୍ଦିରରୁ ଚୋରୀହୋଇଥିବାର ଜାଣିବାକୁ ପାଇଥିଲେ । ଚୋରମାନେ ଠାକୁରାଣୀଙ୍କ ୨ଟି ସୁନା ଓ ୨ଟି ରୁପା ଆଖି, ନୋଥ, ଘଣ୍ଟି ଘଣ୍ଟ ସମେତ ମନ୍ଦିରର ସମସ୍ତ ଆସିବା ପତ୍ର ନେଇଯାଇଛନ୍ତି । ଆଜି ତାଲା ବନ୍ଦ ଥିବାରୁ ଫୋନ ମାଧ୍ୟମରେ ଚୋରହୋଇଥିବା ବିଷୟ ଥାନାକୁ ଅବଗତ କରିଛୁ ବୋଲି ପୁଜକ କହିଛନ୍ତି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.