ତିନି ଜାଗାରେ ଲାଗିଲା ନିଆଁ

0 367

ବାରଙ୍ଗ,୬/୩(ଏସଏସନିୟୁଜ) ବାରଙ୍ଗ ଅଞ୍ଚଳର ତିନି ଜାଗାରେ ଲାଗିଲା ନିଆଁ । ବାରଙ୍ଗ ଅଗ୍ନିଶମ ବିଭାଗରୁ ମିଳିଥିବା ସୂଚାନୁସାରେ ଆଜି ଅଗ୍ନିଶମ ବିଭାଗକୁ ଖବର ଆସିଲା କି ପ୍ରତାପ ନଗରୀ ଝାଉଁ ବଣରେ ନିଆଁ ଲାଗିଛି । ଅଗ୍ନିଶମ ଭିଭାଗରୁ ନିଆଁ ଲିଭାଳି ଦଳ ସେଠାକୁ ଯାଇ ନିଆଁ କୁ ଆୟତ କରିଥିଲେ, ଫେରିବା ବେଳକୁ ଖବର ପାଇଲେ କି ବାରଙ୍ଗ ଯଇପୁର ଗ୍ରାମରସ୍ଥିତ ସେଣ୍ଟ୍ରାଲ ରେଲୱେ ଦ୍ୱାରା ହୋଇଥିବା ଜଙ୍ଗଲରେ ନିଆଁ ଲାଗିଛି । ସେଠାରେ ପହଁଚି ନିଆଁକୁ ଆୟତ କରିଥିଲେ, ପରେ ପରେ ଗୋଡିସାହି ଫାଣ୍ଡିରୁ ଖବର ପାଇ ଶ୍ରୀ ଶ୍ରୀ ୟୁନିଭେର୍ସିଟି ନିକଟରେ ଥିବା ୫ ଏକର ପରିମିତ କାଜୁ ଜଙ୍ଗଲରୁ ନିଆଁ ଲିଭାଇ ପାଇଁ ପହଁଚି ନିଆଁକୁ ଆୟତ କରିଥିଲେ । ଏହା ପରେ ନାରାଜ ଷ୍ଟେସନ ମାଷ୍ଟରଙ୍କ ଠାରୁ ଖବର ପାଇଲେ ନାରାଜ ତଳଗଡ ପଟେ ଥିବା ଲେବେଲ କ୍ରସିଂ ପାଖରେ ଏକ ଜଙ୍ଗଲରେ ନିଆଁ ଲାଗିଛି । ସେଠାକୁ ଯାଇ ଦେଖିଲା ବେଳକୁ ସେଠାରେ ନିଆଁ ଲିଭି ଯାଇଛି । ଜନସାଧାରଣରେ ଚର୍ଚ୍ଚା ହେଉଛି ସେପଟେ ଶିମିଳି ପାଳରେ ନିଆଁ ଏପଟେ ବାରଙ୍ଗ ଅଞ୍ଚଳରେ ନିଆଁ । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.