ଚାଲିଗଲେ ବୈାରାଗୀ

0 1,008

ବାରଙ୍ଗ,୬/୩(ଏସଏସନିୟୁଜ)ଚାଲିଗଲେ ବୈାରଗୀ ।ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ।ଏହିଭଳି ଏକ ଦୁଃଖଦ ଘଟଣା ବାରଙ୍ଗରେ ଶନିବାରଦିନ ଦେଖିବାକୁ ମିଳିଥିଲା । ବାରଙ୍ଗ ମଧୁବନ ଗ୍ରାମର ଧାର୍ମିିକ ବ୍ୟକ୍ତି ବୈରାଗୀନାୟକ ୫୫ବର୍ଷ ବୟସରେ ତାଙ୍କ ମଧୁପୁରସ୍ଥିତ ବାସ ଭବନରେ ପରଲୋକ ଘଟିଛି । ଗତ କିଛିଦିନ ହେବ ସେ ଅସୁସ୍ଥ ରହି  ଚିକିତ୍ସିତ ହେଉଥିଲେ ।ତାଙ୍କଜର ବିୟୋଗରେ ମଧୁପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।ସେ ଜଣେ ମେଳାପି,ପରୋପକାରୀ, ସହୃଦୟ ତଥା ଧାର୍ମିକ ବ୍ୟକ୍ତି ହୋଇଥିବାରୁ ଖବରପାଇ ବନ୍ଧୁବାନ୍ଧବ ,ଆତ୍ମୀୟ ସ୍ୱଜନ ମାନଙ୍କ ସହ ବାରଙ୍ଗ ଅଂଚଳର ବିଭିର୍ଣ ଗ୍ରାମର ମୁରବୀ,କେନ୍ଦୁପାଟଣା କଲେଜଛକର ବ୍ୟବସାୟୀମାନେ ,ଆଂଚଳିକ ବହୁ ରାଜନୈତିକ ବ୍ୟକ୍ତିମାନେ ପହଁଚି ଶେଷଦର୍ଶନ କରିଥିଲେ । ଗ୍ରାମର ଯୁବକମାନେ ତାଙ୍କୁ ଏକ ସଙ୍କିର୍ତନ ଶୋଭାଯାତ୍ରାରେ ଗ୍ରାମପରିକ୍ରମା କରାଇ ଗ୍ରାମ ଶଶ୍ମାନରେ ଶବଦାହ କରାଇଥିଲେ । ବଡପୁଅ ଜିତୁ ମୁଖାଗ୍ନି ଦେଇଥିଲେ ।ତାଙ୍କର ବିୟୋଗରେ କେନ୍ଦୁପାଟଣା କଲେଜ ଛକର ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରିଥିଲେ । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.