ଟୋକିଓ ଅଲିମ୍ପିକକୁ କରୋନା ଆଟାକ୍

0 222

ଭୁବନେଶ୍ୱର,୧୭/୭(ଏସଏସନିୟୁଜ) ୨୩ ଜୁଲାଇରୁ କ୍ରୀଡାର ମହାକୁମ୍ଭ ଆରମ୍ଭ ହେବ । ୧୩ ଜୁଲାଇରୁ ଅଲିମ୍ପିକ ଗ୍ରାମ ଖୋଲାଯାଇଥିଲା । ଖେଳ ଗାଁରେ ପ୍ରତିଦିନ ଖେଳାଳୀମାନଙ୍କର କୋଭିଡ ଯାଞ୍ଚ ହେଉଛି । ତେବେ ଟୋକିଓ ଅଲିମ୍ପିକରେ କରୋନା ଆଟାକ୍ ଦେଖିବାକୁ ମିଳିଛି । ଟୋକିଓ ଅଲିମ୍ପକ ଗ୍ରାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସ୍କ୍ରିନିଂ ଟେଷ୍ଟ୍ ବେଳେ ସମ୍ପୃକ୍ତ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅଲିମ୍ପିକ କ୍ରୀଡ଼ା ଆୟୋଜନରେ ସାମିଲଥିବା ବିଦେଶରୁ ଆସିଥିବା ଜଣେ ପର୍ଯ୍ୟବେକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବାବିଷୟରେ ଟୋକିଓ ଅଲିମ୍ପିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।ପଜିଟିଭ ଜଣାପଡିବାପେରେ ତାଙ୍କୁ ଆଇସୋଲୋସନରେ ରଖାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.