କାଞ୍ଜିଆ ନେଲା ପୁଣି ଜଣଙ୍କ ଜୀବନ

0 1,034

ବାରଙ୍ଗ,୧୭/୭(ଏସଏସନିୟୁଜ) କାଞ୍ଜିଆ ହ୍ରଦରେ ବୁଡି ରଘୁନାଥପୁର ଗ୍ରାମର ବିବେକା ନନ୍ଦ ରାଉତ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ବିବେକା ନନ୍ଦ ବଟାନିକାଲ ଗାର୍ଡେନରେ ଅସ୍ଥାୟୀ କର୍ମଚାରୀ ଭାବେ କାର‌୍ୟ୍ୟ କରୁଥିଲେ ।ସବୁଦିନଭଳି ଶନିବାର ସକାଳେ ବଟାନିକାଲ ଗାର୍ଡେନକୁ କାମ କରିବାକୁ ଯାଇଥିବାବେଳେ କାଞ୍ଜିଆ ହ୍ରଦରେ ଗାଧୋଇଥିଲେ ।ଗାଧେଇବାବେଳେ ଅସାବଧାନତା ଯୋଗୁ ତାଙ୍କ ଗୋଡ ଖସିଯାଇଥିଲା ।ଖବରପାଇ ପରିବାରଲୋକ ନନ୍ଦନକାନନଥାନାକୁ ଏବିଷୟରେ ଜଣାଇବାସହ ବହୁ ଖୋଜ ଖୋଜି ପରେ ତାଙ୍କର କୌଣସି ଖୋଜ ଖବର ପାଇନଥିଲେ । ପରେ ପୋଲିସଠାରୁ ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ବିବୋକଙ୍କମୃତଶରୀରକୁ ଅବସ୍ଥାରେ ହ୍ରଦଭିତରୁ ଉଦ୍ଧାର କରିଥିଲେ ।

ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁକରି ଶବ ବ୍ୟବଛେଦପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।ବିବେକା ଜଣେ ମେଳାପି ଓ ଖୁସିମିଞାସର ପିଲା ହୋଇଥିବାରୁ ତାଙ୍କର ମୃତ୍ୟୁ ଖବରପାଇ ରଘୁନାଥପୁର ଗ୍ରାମର ଶତାଧିକ ଯୁବକମାନେ କାଞିଆହ୍ରଦକୁଳରେ ଏକାଠି ହୋଇଥିଲେ ।ଏହି ଖବର ପ୍ରଚାରିତ ହେବାପରେ ବଟାନିକାର୍ଲଗାର୍ଡେନର କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ରଘୁନାଥପୁର ଗାଁରେମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.