ଟ୍ରେନ ଧକ୍କାରେ ଜଣେ ମୃତ

0 679

ବାରଙ୍ଗ,୬/୯(ଏସ ଏସ ନିୟୁଜ)ନରାଜ ରୁ ନୁଆଶାସନ କୁ ସଂଯୋଗ କରୁଥିବା ରେଳ ଲାଇନ୍ ଉପରେ ସୋମବାର ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନା ପଠାଇଛି।ସୂଚନାନୁସାରେ ଆଜି ମଧ୍ୟାହ୍ନ ସମୟରେ ନରାଜ ଗ୍ରାମର ବାଦଲ ସାହୁ(୪୮) କୌଣସି ଏକ କାର୍ଯ୍ୟରେ ନୂଆଶାସନ ସ୍ଥିତ ସମ୍ପର୍କୀୟ ଘରକୁ ଯାଇଥିଲେ।ସେଠାରୁ କାର୍ଯ୍ୟସାରି ନୂଆଶାସନ ଓ ନରାଜକୁ ସଂଯୋଗ କରୁଥିବା ରେଳ ଲାଇନ ଉପରେ ଚାଲି ଚାଲି ନିଜ ଗ୍ରାମକୁ ଫେରୁଥିବା ସମୟରେ ପଛରୁ ଆସୁଥିବା ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଟ୍ରେନ ଧକ୍କା ଦେବା ପରେ ଟ୍ରେନ ଚାଳକ ଗାଡିକୁ ଅଟକାଇ ନିକଟସ୍ଥ ଷ୍ଟେସନ ମାଷ୍ଟର ଓ ବାରଙ୍ଗ ରେଳବାଇ ଫାଣ୍ଡି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ବାରଙ୍ଗ ରେଳବାଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତି।ଏନେଇ ବାରଙ୍ଗ ରେଳବାଇ ଫାଣ୍ଡିରେ ୫୧/୨୧ ରେ ଏକ ଅପମୃତ ମାମଲା ରୁଜୁ ହୋଇଥିବା ରେଳବାଇ ଫାଣ୍ଡି ଅଧିକାରୀ ଗୋୖର ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.