ଟ୍ରକ୍‌କୁ ପିଟିଲା ସ୍କର୍ପିଓ-୨ ମୃତ

0 38

ଭଦ୍ରକ,୨।୩(ଏସଏସନିଉଜ) ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଦେଲା ସ୍କର୍ପିଓ।ଯାହାଫଳରେ ୨ଜଣଙ୍କର ମୃତୁ ହୋଇଛି ।ସ୍କର୍ପିଓ ଡ୍ରାଇଭର ସହ ଜଣେ ମହିଳାଙ୍କ ମୃତୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି।ଏନଏଚ୍‌ ୧୬ ନଳାଙ୍ଗ ସାଇ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ସ୍କର୍ପିଓଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି।

ସେହିପରି ଅଟୋ ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୫ଜଣଙ୍କର ଜୀବନ ଯାଇଛି। ମଧ୍ୟପ୍ରଦେଶର ଚିତ୍ରକୋଟ ଅଞ୍ଚଳରେ ଏହିଭଳିମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା ଟ୍ରକ୍‌।ଦୁର୍ଘଟଣାରେ ୩ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.