ତୃତୀୟ ଲହର ସମ୍ଭାବନା ନିଶ୍ଚିତ

ଖବର ଆଜିର ,ତାରିଖ ୧୯/୧୨/୨୧, ରବିବାର

0 282

୧-୭ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର,୧୨ ଡିଗ୍ରୀ ତଳେ ଆଉ ୧୨ ସହର,ଆଉ ୪ ଦିନ ପ୍ରବଳ ଶୀତ।
୨-ନୂଆ ଦିଲ୍ଲୀ: ସୋମବାର ଠାରୁ ଦେଶ ତମାମ ଆରମ୍ଭ ହେବ ସୁଶାସନ ସପ୍ତାହ, ‘ପ୍ରଶାସନ ଗାଁ କି ଔର’ ଅଭିଯାନ ନାମରେ ଗ୍ରାମାଞ୍ଚଳର ସମସ୍ତ ସମସ୍ୟାର ସମାଧାନ ଉପରେ ପଦକ୍ଷେପ ନିଆଯିବ।
୩-ଓମିକ୍ରନ ଆଣିପାରେ ତୃତୀୟ ଲହର ,ଫେବୃଆରୀରେ ଛୁଇଁ ପାରେ ଶୀର୍ଷକୁ, ସଂକ୍ରମଣ ବଢାଇବ କିନ୍ତୁ ଘାତକ ହେବନି।
୪-ମହାକାଳପଡ଼ା: ଶଙ୍ଖପଦା ଗ୍ରାମର ରାହୁଲ ମହାନ୍ତି ଏବେ ବିଦେଶୀ ଖେଳାଳିଙ୍କ ପ୍ରଶିକ୍ଷକ। ଦେଉଛନ୍ତି ଇନ୍ ଟେନିସ ପ୍ରଶିକ୍ଷଣ।
୫-ଓଡ଼ିଶା ପୋଲିସ ପାଇଁ ବଡ଼ ଘୋଷଣା: ପୋଲିସ କର୍ମଚାରୀଙ୍କ ଗୃହ ନିର୍ମାଣ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୧ ହଜାର କୋଟି ଟଙ୍କା।
୬-ଭୁବନେଶ୍ୱର : ଏମ୍ସ ରୋଡର ଔଷଧ ଦୋକାନରୁ ସିରିଜ ଚୋରୀ।ନଗଦ ଟଙ୍କା ଓ ଔଷଧକୁ ମିଶାଇ ୧୦ ଲକ୍ଷ ଟଙ୍କା ହେବ ।
୭-ୟୁଜିରେ ଯୋଡି ହେଲା ନୂଆ କୋର୍ସ: ବାଧ୍ୟତାମୂଳକ ବିଷୟ ହେଲା ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’
୮-ତୃତୀୟ ଲହର ସମ୍ଭାବନା ନିଶ୍ଚିତ କିନ୍ତୁ ମୁକାବିଲା ଲାଗି ଆମେ ସମର୍ଥ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର
୯-‘ଓ-ହବ୍’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ପ୍ରତିବର୍ଷ ସୃଷ୍ଟି କରିବ ୨୦୦ ନୂଆ ଷ୍ଟାର୍ଟଅପ୍।
୧୦-ସାଇବର ଲୁଟେରାଙ୍କ ଜାଲରେ ଭୁବନେଶ୍ବର: ୧୦ ମାସରେ ଲୁଟି ନେଇଛନ୍ତି ୭ କୋଟିରୁ ଅଧିକ ଟଙ୍କା।
୧୧-ବଞ୍ଚିଛନ୍ତି ୯ ବର୍ଷ ହେଲା ମରିଥିବା ସିନା ବୋରା! କଶ୍ମୀରରେ ଖୋଜିବାକୁ ସିବିଆଇକୁ ଚିଠି ଲେଖିଲେ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀ।
୧୨-ଭାରତୀୟ ବାୟୁସେନା ପାକିସ୍ତାନ ପଟୁ ଧମକର ନିରନ୍ତର ଆକଳନ କରୁଛି- ଏୟାର ଚିଫ୍‍ ମାର୍ଶାଲ
୧୩-ଚୀନ୍‌ ଓ ପାକିସ୍ତାନକୁ ସତର୍କ ଘଣ୍ଟି : ବାଲେଶ୍ୱରରୁ ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି- ପ୍ରାଇମର ସଫଳ ପରୀକ୍ଷଣ।
୧୪-ଚୀନର ସବୁଠାରୁ ବୟସ୍କ ମହିଳା ଅଲିମିହାନ ସେୟତିଙ୍କର ମୃତ୍ୟୁ: ୧୩୫ ବର୍ଷ ବୟସରେ ଦୁନିଆକୁ କଲେ ଅଲବିଦା।🙏ସୁପ୍ରଭାତ, ଗୁଡମର୍ଣିଂ🙏ଆଜି ପଣ୍ଡୁ ପୂର୍ଣ୍ଣିମା🙏ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ🙏🏻🔘ଜୟ ଜଗନ୍ନାଥ🔘🙏🏻

 

Leave A Reply

Your email address will not be published.