‘ଟୁ-ଡିଜି’ ଔଷଧ ପାଇଁ ଅର୍ଡର

0 318

‘ଭୁବନେଶ୍ୱର,୩୦/୫(ଏସଏସନିୟୁଜ) ରାଜ୍ୟସରକାର ୫ ହଜାର ‘ଟୁ-ଡିଜି’ ଔଷଧ ପାଇଁ ଅର୍ଡର ଦେଇଛନ୍ତି ।ଯାହାଫଳରେ ଖୁବଶୀଘ୍ର ରାଜ୍ୟକୁ ମିଳିବ ଟୁ-ଡିଜି । ତିନି ପର‌୍ୟ୍ୟାୟର ଟ୍ରାଏଲ ରିପୋର୍ଟକୁ ଅନୁଧ୍ୟାନ କରିବାପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଏହି ଔଷଧର ବ୍ୟବହାର ଲାଗି ଅନୁମତି ଦେଇଛନ୍ତି । ଏହି ଔଷଧ ଶରୀର ପ୍ରତି ସମ୍ପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ହୋଇଛି । ଗୋଟିଏ ସ୍ୟାଚେଟ୍ ‘ଟୁ-ଡିଜି’ର ମୁଲ୍ୟ ୯୯୦ ଟଙ୍କା ଡକ୍ଟର ରେଡିସ୍ କମ୍ପାନୀ ରଖିଥିବାବେଳେ ସରକାରୀ ହସ୍ପିଟାଲ ଦ୍ୱାରା ଏହି ଔଷଧକୁ ରିହାତିରେ ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।ତେବେ ଶନିବାର ଦିନ ୫ ହଜାର ସ୍ୟାଚେଟ୍ ଟୁ- ଡିଜି ମେଡିସିନ୍ ପାଇଁ ଅର୍ଡର ଦିଆଯାଇଛି କଥା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.