ଭୁବନେଶ୍ବର,୧୯/୯(ଏସଏସ ନିଉଜ)ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ଆଉ ନାହାନ୍ତି। ୬୧ ବର୍ଷ ବୟସରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଥିବାବେଳେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା।ସେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ।ଏହାପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଥରେ ନିର୍ବାଚିତ ହୋଇଥିଲେ। ବିରୋଧୀ ଦଳ ଉପନେତା ଭାବେ ବି ଦାୟିତ୍ବ ନିର୍ବାହ କରିବାସହ ବିଜେପିର ଏହି ଵରିଷ୍ଟ ନେତା ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ବେଶ ପରିଚିତ ଥିଲେ ।
