ଉଦ୍‌ଯାପିତ ହେଲା ଆଦିବାସୀଫୁଟବଲ ଟୁର୍ଣାମେଂଟ

0 327

ମେଣ୍ଢାଶାଳ ,୧୨/୧(ଏସଏସନିୟୁଜ)ମେଣ୍ଢାଶାଳ ଗ୍ରାମପଂଚାୟତର ହରିଡାମଡା ଗ୍ରାମରେ ୫ଦିନଧରି ଚାଲିଥିବା ୩୫ତମ ଆଦିବାସୀ ଫୁଟବଲ ଟୁର୍ଣାମେଂଟ ଉଦଯାପିତ ହୋଇଯାଇଛି ।ଫାଇନାଲମ୍ୟାଚ ଦୋରିହା ସହ ଗାଡକଣ ମଧ୍ୟରେ ହୋଇଥିଲା ।ଧାର୍ଯ୍ୟ ସମୟମଧ୍ୟରେ କେହି କାହାକୁ ଗୋଲଦେଇପାରିନଥିବାରୁ ଟ୍ରାଇବ୍ରେକର ସହାୟତାରେ ବିଜେତା ବଛାଯାଇଥିଲା ।ଏଥିରେ ୫-୦ଗୋଲରେ ଗାଡକଣ ଦଳ ଚଳିତବର୍ଷର ଚମ୍ପିୟାନ ହୋଇଥିଲା ।ସନ୍ଧ୍ୟାରେ ପୁରସ୍କାରବିତରଣୀ ଉସ୍‌ବରେ ଜଟଣୀବିଧାୟକ ସୁରେଶକୁମାରରାତରାୟ, ଯୁବନେତୃତ୍ୱ ବିଷ୍ନୁପ୍ରସାଦ ବାହିନିପତି,ନାରିନେତ୍ରୀ କୈାଶଲ୍ୟା ବଳିୟାରସିଂହ, ପିଙ୍କୁପାତ୍ର, ସରୋଜ ବେହେରା, ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଜୟୀଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ବରିଷ୍ଟ ନାଗରିକ ଫକିର ଚରଣ ବେହେରା ଧନ୍ୟବାଦ ଦେଇଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.