ଉଦଯାପିତ ହେଲା ଶିକ୍ଷକପ୍ରଶିକ୍ଷଣ ଶିବିର

0 216

ଚନ୍ଦ୍ରଶେଖରପୁର,୩୦।୧୨(ଏସନିଉଜ)ପଟିଆକାନନବିହାର ଫେଜ୍ -୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ ତରଫରୁ ଆୟୋଜିତ ଚତୁର୍ଦ୍ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଶୁକ୍ରବାରଦିନ ଉଦ ଯାପିତ ହୋଇଯାଇଛି। ଶିକ୍ଷା ପରିଷଦର ସଭାପତି ସୁଧୀର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ବୈଜ୍ଞାନିକ ପ୍ରଫେସର ସୁନିଲ ଷଢଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ସ୍ୱଧ୍ୟାୟ ଓ ସ୍ୱବଲମ୍ବନ ଉପରେ ଗୁରୁତ୍ୱ ଆରୋପ କରିଥିଲେ।ବିଜ୍ଞାନପୁସ୍ତକ ରଚନାପାଇଁ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ସହକାରୀ ଶିକ୍ଷୟିତ୍ରୀ ରୋଜାଲିନସ୍ୱାଇଁ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ମାନସଲକ୍ଷ୍ମୀ ଦାସ, ଲକ୍ଷ୍ମୀପ୍ରିୟା ଘଡାଇ ଓ ବିଶ୍ୱନାଥ ବିନ୍ଧାଣିଙ୍କୁ ସମ୍ମାନୀତ କରାଯାଇଥିଲା। ସମ୍ମାନୀତ ଅତିଥିଭାବେ ଡକ୍ଟର ଦିଗରାଜ ବ୍ରହ୍ମା ଓ ପରିଷଦର ଉପ- ସଭାପତି ହିମାଂଶୁ ଶେଖର ଆଚାର୍ଯ୍ୟ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ପରିଷଦର ସଂପାଦକ ରବିନାରାୟଣ ଜେନା ସ୍ଵଗତ ଭାଷଣ ଓ ଅତିଥି ପରିଚୟ, ବାବାଜୀ କୁମାର ଶିବିର ବିବରଣୀ ପ୍ରଦାନ କରିଥିଲେ। ଶ୍ରୀ ଜୟଦେବ ଶିକ୍ଷକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ତଥା ସଂଗଠନ ସଂପାଦକ ପ୍ରଦୀପ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ବିଶ୍ୱରଞ୍ଜନ ରଥ, ଡକ୍ଟର ସୁନ୍ଦର ମୋହନ ବାରିକ , ବିଚିତ୍ରାନନ୍ଦ ସ୍ୱଇଁ, ରାଜକିଶୋର ସ୍ୱଇଁ, ଅଜୟ କୁମାର ଦାଶ, ଭାସ୍କର ଚନ୍ଦ୍ର ନାୟକ, ମନୋଜ କୁମାର ବାରିକ, ମଧୁମତୀ ଦାସ,ଏମ୍ ବାଣୀ, ପ୍ରଭୁତି ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆସି ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.