ଉଗ୍ରତାରା ଶକ୍ତିପୀଠରେ ଲାଗିଲା ୧୪୪

ଖବର ଆଜିର ,ତାରିଖ ୧୪/୦୬/୨୧, ସୋମବାର

0 242

୧-ରଜ ପର୍ବ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍‌’।
୨-ରେଳବାଇର ଆଉ ଏକ ସଫଳତା; ଯୋଗାଇ ଦେଲାଣି ୩୦ ହଜାର ଟନ୍‍ ତରଳ ମେଡିକାଲ୍‍ ଅମ୍ଳଜାନ।
୩-ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ।
୪-ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ଫଳ, ୧୭ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା।
୫-ରାଜ୍ୟରେ ଲାଗାତାର ୨ୟ ଦିନରେ ୫ ହଜାର ତଳେ ସଂକ୍ରମଣ, ଗତକାଲି ୪ହଜାର ୪୬୯ କୋଭିଡ ଆକ୍ରାନ୍ତ ଚିହ୍ନଟ।
୬-ବିଟ୍‌ କଏନ୍‌ ଟଙ୍କା ଲଗାଇ ୧୧ ଲକ୍ଷ ହରାଇଲେ ଡାକ୍ତର।ଡାକ୍ତର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବଡ଼ଆମ୍ବିଳା ଗାଁର ବାଦଲ ମହାନ୍ତି।
୭-ଖୋର୍ଦ୍ଧା: କରୋନା କଟକଣା ପାଇଁ ଭୂଷଣ୍ଢପୁର ମୂଳିଝର ଉଗ୍ରତାର ଶକ୍ତିପୀଠରେ ଲାଗିଲା ୧୪୪ ଧାରା, ସେବାୟତଙ୍କୁ ସହାୟତା ପାଇଁ ଦାବି।୮-ଆସନ୍ତା ୧୭ ତାରିଖରେ ଅନଲକ୍‌ ହୋଇପାରେ ରାଜ୍ୟ, କିନ୍ତୁ ବନ୍ଦ ରହିପାରେ ୯ ଜିଲ୍ଲା।
୯-ଭ୍ୟାକସିନ ନେବା ପରେ ଦେହରେ ସୃଷ୍ଟି ହେଉଛି ଚୁମ୍ବକୀୟ ଶକ୍ତି, ସ୍ୱାସ୍ଥ୍ୟ ବିଭାଗ ଶୀଘ୍ର ତଦନ୍ତ କରିବା ନେଇ ଉଠିଲା ଦାବି।
୧୦-ଜି-୭ ବୈଠକରେ ମୋଦିଙ୍କ ମନ୍ତ୍ର,ଓ୍ବାନ ଆର୍ଥ ଓ୍ବାନ ହେଲଥ୍।
୧୧-ବୈଷ୍ଣୋଦେବୀ ପୀଠ ନିକଟରେ ତିଆରି ହେବ ଡିଜନିଲ୍ୟାଣ୍ଡ ; ପ୍ରଦର୍ଶିତ ହେବ ଭାରତୀୟ ପୁରାଣ କଥା।
୧୨-ଫ୍ରେଞ୍ଚ ଓପନ ୨୦୨୧ ଟାଇଟଲ୍ ଜିତି ୧୯ତମ ଗ୍ରାଣ୍ଡସ୍ଲାମ ହାସଲ କଲେ ନୋଭାକ ଜୋକୋଭିକ୍, ଟାର୍ଗେଟ୍‌ରେ ଫେଡେରର ଓ ନାଦାଲଙ୍କ ରେକର୍ଡ।
?ସୁପ୍ରଭାତ,ଗୁଡମର୍ଣିଂ,ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଲୋ….
ଆଜି ପହିଲି ରଜ,ଓଡ଼ିଆ ଗଣ ପର୍ବ ରଜ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା -ସତ୍ୟସନ୍ଧାନ ପରିବାର,Stay Home, Stay Safe.?

Leave A Reply

Your email address will not be published.