ଭିଜିଲାନ୍ସ‌ ଜାଲରେ ଯାଜପୁର ଡ୍ରେନେଜ୍ ସୁପରିଣ୍ଟେଣ୍ଡେଣ୍ଟ

0 192

ଯାଜପୁର,୫/୮(ଏସଏସନିୟୁଜ)ଯାଜପୁର ଡ୍ରେନେଜ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଚଣ୍ଡି ପ୍ରସାଦ ମହାପାତ୍ର। ଭଡ଼ାଗାଡ଼ିର ବକେୟା ଅର୍ଥ ବିଲ୍ ପାସ୍ କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିବାବେଳେ କଟକ ଓ ଯାଜପୁର ଭିଜିଲାନ୍ସ‌ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ ଗିରଫ କରିଛି । ଯାଜପୁର କାର୍ଯ୍ୟାଳୟରେ ଦେବାଶିଷ ପଣ୍ଡା ନାମକ ବ୍ୟକ୍ତି ଗାଡ଼ି ଭଡ଼ାରେ ଲଗାଇଥିଲେ । ଗାଡ଼ିର ୩ ମାସର ଭଡ଼ା ମାଲିକଙ୍କୁ ପ୍ରଦାନ କରାଯାଇ ନ ଥିଲା । ୩ ମାସର ବକେୟା ଅର୍ଥର ବିଲ ପାସ କରିବା ପାଇଁ ଦେବାଶିଷ ପଣ୍ଡାଙ୍କୁ ୧୦ହାଜରେ ଟଙ୍କା ଲାଞ୍ଚ ମାଗିଥିବାର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ପୁର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନସ ବିଭାଗର ଏକ ସ୍ୱତନ୍ତ୍ର ଟିମ ତାଙ୍କୁ କାର୍ଯ୍ୟାଳୟରେ ଲାଂଚ ନେଉଥିବା ଅବସ୍ଥାରେ କାବୁ କରିଥିଲେ ।

Leave A Reply

Your email address will not be published.