ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ

0 144

ଭୁବନେଶ୍ୱର, ୨୯/୯(ଏସଏସନିୟୁଜ) ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଜଣେ ସାର ଡିଲର ଦୁର୍ଯ୍ୟୋଧନ  ବାରିକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭିଜିଲାନ୍ସ ଟିମ୍ ଯାଂଚ ସମୟରେ ତାଙ୍କ ପାଖରୁ ଗଞ୍ଜେଇ ପ୍ୟାକେଟ ଜବତ ହୋଇଥିଲା । ଦୁର‌୍ୟ୍ୟୋଧନ ବାରିକଙ୍କର ସାର ବିକ୍ରି ଲାଇସେନ୍ସ ଥିବାବେଳେ ପିଓଏସ ମେସିନ ନଥିବାରୁ ସେ ସାର ବିକ୍ରି କରିପାରୁନଥିଲେ ।ଏଥିପାଇଁ ସେ ହିମାଂଶୁ ଶେଖର ପାଢ଼ୀଙ୍କ ସହ ଯୋଗାଯୋଗ କରିଥିବାବେଳେ ୧୭ ହଜାର ଟଙ୍କା ପାଢ଼ୀ ଦାବି କରିଥିଲେ ।

Leave A Reply

Your email address will not be published.