ଭିଜିଲାନ୍ସ ଜାଲରେ ପଡିଲେ ଭିଜିଲାନ୍ସ ପିପି

0 245

କଳାହାଣ୍ଡି, ୩/୭(ଏସଏସନିୟୁଜ) କଳାହାଣ୍ଡିରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲ ଆଜି ଭିଜିଲନ୍ସ ହାତରେ ଧରାପଡିଛନ୍ତିି । ଭବାନୀପାଟଣାରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲ ହେଉଛନ୍ତି ଆଶୁତୋଷ ମିଶ୍ର । ମହୁଲପାଟଣା ଫାଣ୍ଡିର ପୂର୍ବତନ ଏ ଏସ ଆଇ ମଳୟ ରଣାଙ୍କ ଭିଜିଲାନ୍ସ କେଶ ରଫା ଦଫା ପାଇଁ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଆଶୁତୋଷ ମିଶ୍ର । ଆଜି ତାଙ୍କ ଟିଭି ସେଣ୍ଟର ପଡା ବାସଗୃହରେ ୧ଲକ୍ଷ ଟଙ୍କା ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲେ ।

Leave A Reply

Your email address will not be published.