ସଂପ୍ରସାରଣ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳ!

0 200

ଭୁବନେଶ୍ୱର,୩/୭(ଏସଏସନିୟୁଜ) ସଂପ୍ରସାରଣ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳ ।ଏଥିନେଇ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି । ମନ୍ତ୍ରିମଣ୍ଡଳ ବିସ୍ତାରରେ ବ୍ୟାପକ ପରିବର୍ତ୍ତନ କରାଯିବାସହ ନୁଆ ଚେହେରାଙ୍କୁ ଦେଖିବାକୁ ମିଳିପାରେ । ମନ୍ତିମଣ୍ଡଳ ସଂପ୍ରସାରଣରେ ପ୍ରାୟ ୧୨ ଜଣ ମନ୍ତ୍ରୀଙ୍କ ଛୁଟି ହୋଇପାରେ ଓ ୨୪ ନୂତନ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ମଧ୍ୟ ହୋଇପାରେ । ସହଯୋଗୀଦଳମାନଙ୍କ ସହ ଏକପ୍ରକାର ଆଲୋଚନା ମଧ୍ୟ ସରିଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ଉତ୍ତର ପ୍ରଦେଶ ସହିତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ପ୍ରଧାନମନ୍ତ୍ରୀଙ୍କ ନଜର ରହିଥିବାର ଜଣାପଡିଛି । ଏଠାକାର ମତଦାତାଙ୍କୁ ଆକର୍ଷିତ କରିବାପାଇଁ କେତେଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ମଧ୍ୟ କରାଯାଇପାରେ ବୋଲି ଚର୍ଚ୍ଚା ଯୋର ଧରିଛି ।ତେବେ ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି । ସମ୍ବିଧାନ ଅନୁଯାୟୀ, ମନ୍ତ୍ରିମଣ୍ଡଳରେ ସର୍ବାଧିକ ୮୧ ମନ୍ତ୍ରୀ ରହି ପାରିବାର ଥିବାବେଳେ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୫୩ ଜଣ ମନ୍ତ୍ରୀ ଅଛନ୍ତି।

Leave A Reply

Your email address will not be published.