ବିନା ସ୍ଲଟ୍ ବୁକିଂରେ ଟିକା ନେଇପାରିବେ ରାଜଧାନୀବାସୀ

0 177

ଭୁବନେଶ୍ୱର,୨/୭(ଏସ ଏସ ନିୟୁଜ) ପୂର୍ବ ପରି ଆଉ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ ନାହିଁ । ଏଣିକି ଭୁବନେଶ୍ୱର ବାସିନ୍ଦାମାନେ ବିନା ବୁକିଂରେ ଟିକା ନେଇପାରିବାନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।ଆସନ୍ତା ୫ ତାରିଖଠାରୁ ୧୦ ତାରିଖ ପର‌୍ୟ୍ୟନ୍ତ ସକାଳ ୯ଟାରୁ ଅପରାହ୍ନ ୧ଟା ମଧ୍ୟରେ ୧୮-୪୪ ବର୍ଗ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ୪୫ରୁ ଅଧିକ ବର୍ଷର ଲୋକମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଜାରି ରହିବ । ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟପତ୍ର ନେଇ ଟିକାକରଣ କେନ୍ଦ୍ରକୁ ଆସିବାକୁ ପଡିବ । ଟିକାକରଣ ପାଇଁ କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍-୩, ୟୁନିଟ୍-୯, ଆଇଆରସି ଭିଲେଜ୍, ଘାଟିକିଆ, ନିଳାଦ୍ରିବହାର, ସହିଦନଗର, କଳ୍ପନା, କପିଳପ୍ରସାଦ, ଝାରପଡ଼ା, ନହରକଣ୍ଟା, ଗାଡ଼କଣ, ୟୁନିଟ-୪, ଡୁମୁଡୁମା ଓ ପଟିଆ ୟୁପିଏଚସି ଆଦି୧୪ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି ।ଯେଉଁଠାରେ କମ ଭିଡ ଅଛି ସେଠାରେ ଟିକା ନେଇହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.