ଭିଜିଲାନ୍ସଏସ୍‌ପିର ପରିଚୟ ଦେଉଥିବା ଅଧ୍ୟାପକ ହେଲେ ଗିରଫ

0 78

ଭୁବନେଶ୍ବର,୧୪ା୧(ଏସଏସନିଉଜ)ଭିଜିଲାନ୍ସଏସ୍‌ପି ଭାବେ ପରିଚୟ ଦେଇ ଠିକାଦାରଙ୍କ ଠାରୁ ୭ ଲକ୍ଷ ୬୦ ହଜାର ଟଙ୍କା ଚୂନ ଲଗାଇବା ଅଭିଯୋଗରେ ମନୋଜ କୁମାର ମାଝୀ ନାମକ ଅଧ୍ୟାପକ ଗିରଫ ହୋଇଛନ୍ତି। ମନୋଜ ମୟୂରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ଅଟନ୍ତି।ଗତ ମେ୩୧ତାରିଖରେ ରାୟଗଡ଼ା ଅଞ୍ଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାରଙ୍କୁ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଭିଜିଲାନ୍ସକାର୍ଯ୍ୟାଳୟର କନଷ୍ଟ୍ରକସନ କାମ ଦେବାପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବାନେଇ ଅଭିଯୋଗରେ ଦର୍ଶାଇଯାଇଥିଲା ।

Leave A Reply

Your email address will not be published.