ୟାସ-ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍

0 175

ଭୁବନେଶ୍ୱର,୨୫/୫(ଏସ ଏସ ନିୟୁଜ) ଓଡିଶା ଉପକୂଳ ଆଡକୁ ମାଡି ଆସୁଛି ୟାସ । ଏହି ବାତ୍ୟାର ଗତିପଥ ଉପରେ ଭାରତୀୟ ପାଣିପାଗ ବିଭାଗ,ଏସଆରସି ଓ ରାଜ୍ୟ ସରକାର ନଜର ରଖିଛନ୍ତି ।ରାଜ୍ୟ ସରକାର । ଏସଆରସିଙ୍କ ଅଫିସରୁ ଏହା ଉପରେ ଟିକନିଖ୍ ନଜର ରଖିଛନ୍ତି। ବାତ୍ୟା ସ୍ଥିତିକୁ ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଏସଆରସି କହିଛନ୍ତି ବିଶେଷ କରି ବାତ୍ୟା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ମଧ୍ୟରେ ମାଡ ହେବ । ପବନର ବେଗ ଅଧିକ ସହିତ ପ୍ରବଳ ବର୍ଷା ସଂଭାବନା ଥିବାରୁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।ବାସୁଦେବପୁରରୁ ବାହାନଗା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି।ଏହିସମୟରେ ପବନର ବେଗ ଘଂଟା ପ୍ରତି ୧୪୦ରୁ ୧୫୫ କିମି ଓ ରହିବଘଂଟା ପ୍ରତି ପବନର ବେଗ ସର୍ବାଧିକ ୧୮୦କିମିକୁ ଛୁଇଁପାରେ ।ବୁଧବାର ଭୋର ୪ଟାରୁ ସକାଳ ୮ଟା ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଥିବାର କହିଛନ୍ତି।୭୭ଟି ବ୍ଲକ ବାତ୍ୟାର ପ୍ରଭାବିତ ଜୋନରେ ରହିଥିବାର କହିଛନ୍ତି।

Leave A Reply

Your email address will not be published.