କରୋନା କାଳରେ ନୂଆ ଆହ୍ବାନ

ଖବର ଆଜିର,ତାରିଖ ୨୫-୦୫-୨୦୨୧/ ମଙ୍ଗଳବାର

0 563

୧-ଉତ୍ତରପ୍ରଦେଶର ଗାଜିଆବାଦରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି। ବ୍ଲାକ୍‌, ହ୍ବାଇଟ୍‌ ଆଉ ଏବେ ୟେଲୋ ଫଙ୍ଗସ୍‌ ସଂକ୍ରମିତ ଚିହ୍ନଟ, କରୋନା କାଳରେ ନୂଆ ଆହ୍ବାନ ।
୨-ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ ।
୩-ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆମେ ଏକ ସମୟରେ ଦୁଇଟି ବଡ ବିପଦର ସାମନା କରୁଛେ, ସ୍ଥାନାନ୍ତର ପାଇଁ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ
୪-ବାତ୍ୟା ୟାସ୍ ପାଇଁ ସମସ୍ତ ସରକାରୀ ଛୁଟି ବାତିଲ । କୌଣସି କର୍ମଚାରୀ ମୁଖ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ।
୫-ବାତ୍ୟା ମୁକାବିଲା ପାଇଁ ୪୦୪ଟି ଅଭିଜ୍ଞ ଟିମ, ୧୨ ହଜାର କୁଶଳୀ ଓ ୬ ଶହରୁ ଅଧିକ ଦଳ ପ୍ରସ୍ତୁତ ।
୬-ଓଡ଼ିଶା ପାଇଁ ନୂଆଦିଲ୍ଲୀରେ ତନାଘନା: ବାତ୍ୟା ସମୀକ୍ଷା କଲେ ଅମିତ ଶାହା ।
୭-ବାତ୍ୟା ପରେ ଜେନେରେଟର୍ ଲଗାନ୍ତୁ ନାହିଁ: ଏସଆରସି
୮-ବାତ୍ୟା ୟସ ପାଇଁ ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି ; ପାରାଦ୍ୱୀପ ଓ ଧାମରା ପାଇଁ ୪ ନଂ, ପୁରୀ ଓ ଗୋପାଳପୁର ପାଇଁ ୩ନଂ ବିଦପ ସଙ୍କେତ ।
୯-ମଙ୍ଗଳବାର ସଂଧ୍ୟାସୁଦ୍ଧା ଲୋକଙ୍କ ସ୍ଥାନାନ୍ତରଣ କାର୍ଯ୍ୟ ଶେଷହେବ : ବାତ୍ୟା ମୁକାବିଲା ନେଇ ଏସଆରସିଙ୍କ ସୂଚନା
୧୦-ହତ୍ୟା ମାମଲାରେ ଗିରଫ ପରେ ବଢ଼ିଲା ରେସ୍‌ଲରଙ୍କ ଅଡ଼ୁଆ, ସୁଶିଲ କୁମାରଙ୍କୁ ଚାକିରୀରୁ ନିଲମ୍ବିତ କରିବ ରେଳବାଇ ।
୧୧-ନ୍ୟୁୟର୍କରେ ପହଞ୍ଚିଲେ ଜୟଶଙ୍କର, ଟିକା ଆମଦାନୀ ନେଇ କରିବେ ଆଲୋଚନା ।
୧୨-ଏଲୋପାଥିକୁ ନେଇ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ ରାମଦେବ ।
୧୩-ଭାରତରେ କୋଭିଡ ମୃତ୍ୟୁ ୩ ଲକ୍ଷ ଟପିଲା; ଆମେରିକା, ବ୍ରାଜିଲ ପରେ ତୃତୀୟ ସ୍ଥାନରେ ।
୧୪-ମାସକୁ ସାଢେ ୮ କୋଟି ଟିକା ଉତ୍ପାଦନ ହେଉଛି, ଟିକାକରଣ ହେଉଛି ୫ କୋଟି ଟିକା ।
୧୫-ଟୀକାକରଣ ପାଇଁ ଅନସ୍ପଟ ପଞ୍ଜିକରଣକୁ ମିଳିଲା ଅନୁମତି । ୧୮ରୁ ୪୪ ବର୍ଷର ଲୋକମାନେ ସିଧାସଳଖ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରିବେ ।
୧୬-ବାତ୍ୟା ୟାସ ମୁକାବିଲା ; ବରିଷ୍ଠ ଆଇପିଏସ , ଆଇଏଏସଙ୍କୁ ୫ ଜିଲାର ଦାୟିତ୍ୱ ।
୧୭-କରୋନା ମହାମାରୀ : ପ୍ରତ୍ୟେକ କିନ୍ନରଙ୍କୁ ଦେଢ ହଜାର ଟଙ୍କାର ଆର୍ଥିକ ସହାୟତା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ।
୧୮-ଟୁଲକିଟ୍‌ ବିବାଦ: ଦିଲ୍ଲୀ-ଗୁରୁଗ୍ରାମର ଟ୍ବିଟର କାର୍ଯ୍ୟାଳୟରେ ଦିଲ୍ଲୀ ପୋଲିସର ଚଢ଼ାଉ ।
୧୯-ଭାରତରେ ଆରମ୍ଭ ହେଲା ସ୍ପୁଟନିକ ଭି ଟିକାର ଉତ୍ପାଦନ । ଭାରତୀୟ କମ୍ପାନୀ ପାନାସିଆ ବାୟୋଟେକ ସ୍ପୁଟନିକ-ଭି ଟିକା ଉତ୍ପାଦନ ଆରମ୍ଭ କରିଛି ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.