ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ

0 397

ଭୁବନେଶ୍ୱର,୨୬/୫(ଏସଏସନିୟୁଜ) ବାତ୍ୟା ୟାସ ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବାନେଇ ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଲ୍ୟାଣ୍ଡଫଲ ଶେଷ ହେବା ପରେ ଭଦ୍ରକ ବାଲେଶ୍ୱର ବାହାନଗା, ସଦର, ରେମୁଣାରେ ବର୍ଷା କମିଛି । କିନ୍ତୁ ନୀଳଗିରିରେ ବର୍ଷା ଓ ପବନ ବଢ଼ୁଛି । ନୀଳଗିରିରେ ବେଶି ଗଛ ଭାଙ୍ଗିପଡ଼ିଥିବା ନଜର ଆସିଛି । ଜୁଆର ପାଣି ମାଡ଼ିବାରୁ ବହୁତ ଗାଁ ଜଳମଗ୍ନ ହୋଇଛି । ବାହାନଗା , ରେମୁଣା ସଦର , ଧାମରାରେ ଗାଁ ଭିତରେ ପାଣି ପଶିଛି । ଧାମରାର ୮ ଟି ପଞ୍ଚାୟତର ଲୋକ ଜଳବନ୍ଦୀ ରହିଛନ୍ତି । ବାଲେଶ୍ୱରରୁ ୟାସ ବାହାରି ୨ ଘଂଟା ଭିତରେ ମୟୂରଭଞ୍ଜରେ ପ୍ରବେଶ କରିବ ଓ ଦୁର୍ବଳ ହୋଇ କାଲି ସକାଳ ସୁଦ୍ଧା ଝାଡଖଣ୍ଡକୁ ଚାଲିଯିବ । ତେଣୁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିବା ଆଶଙ୍କା ରହିଥିବାରୁ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଆଗାମି ୧୨ଘଂଟା ନୀଳଗିରି ଓ ମୟୂରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେହିପରି ବହୁତ ଗାଁରେ ପାଣି ପଶିଛି । ବାହାନଗା, ରେମୁଣା , ବାଲେଶ୍ୱର ସଦର , ଧାମରାରେ ପାଣି ପଶିଛି । କ୍ଷୟକ୍ଷତିର ଆକଳନପାଇଁ ଦିନେ ଦୁଇ ଦିନ ସମୟ ଲାଗିବ ।ଭିତରେ କ୍ଷତି ହିସାବ ଜଣାପଡିଛି ।ନୀଳଗିରି ଅଂଚଳରେ ଅଧିକ କ୍ଷତି ହୋଇଥିବାବେଳେ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କିଛି କିଛି ସ୍ଥାନରେ ଘର ଭିତରେ ପାଣି ପଶିବା ସହିତ ଘର ଗୁଡିକ ଉପରେ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।ଉପୁଡି ପଡିଥିବା ଗଛ ସଫାକାର୍ଯ୍ୟ ଚାଲିଛି ।

ବିଦ୍ୟୁତ ଲାଇନର ଯାଂଚ କାର‌୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି ।ପବନ କମିବାପରେ ପାରାଦୀପରେ ସ୍ଥାନାନ୍ତର ହୋଇଥିବା ଲୋକମାନେ ଘରକୁ ଫେରୁଛନ୍ତି । ବାଲେଶ୍ୱରରେ ଜଣେ ଓ କେନ୍ଦୁଝରରେ ଜଣକର ମୃତ୍ୟୁ ଘଟିଛି ।ଉଭୟଙ୍କ ଉପରେ ଗଛଡାଲ ପଡିବାରୁ ମୃତ୍ୟୁ ଘଟିଥିବାର ଜଣାପଡିଛି ।କେନ୍ଦୁଝର ଜିଲ୍ଲାରେ ହରିଚନ୍ଦନପୁର ବ୍ଲକରେ ଭୀଷଣ ପବନ ଯୋଗୁଁ ରାସ୍ତା ଉପରେ ବିରାଟ ବିରାଟ ଗଛ ଉପୁଡି ପଡି ଦୈତାରୀ – ପାରାଦ୍ୱୀପ ରାସ୍ତା ଅବରୋଧ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.