ଆଜିର ରାଶିଫଳ

ପାଞ୍ଜିକଥା :- ଘାତବାର ଓ ଘାତତିଥି

0 103

ଜୁନ୍ ମାସ ୧୦ତାରିଖ ୨୦୨୪ମସିହା(ସୋମବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ ,ତିଥି- ଚତୁର୍ଥୀ ଦିବା ଘ୦୪/୦୬ଗତେ ପଞ୍ଚମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୧/୫୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୨୧/୩୯ ,ଯୋଗିନୀ ନୈରୁତେ ଦିବାଘ୦୪/୦୬ଗତେ ଦକ୍ଷିଣେ ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନରାଶିର ଘାତବାର ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି ,କାଳବେଳା -ଦିବା ଘ୦୬/୫୦ଗତେ ଘ୦୮/୩୦ମଧ୍ୟେ ,ବାରବେଳା – ଦିବା ଘ୦୩/୦୪ ଗତେ ଘ୦୪/ ୪୪ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୩୧ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୦୯/୪୭ ଗତେ ଘ୧୨/୪୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୪/୩୬ ଗତେ ଘ୦୫/୧୦ମଧ୍ୟେ ,ଅଦ୍ୟ ମୂଳା ,କଖାରୁ ଦିବା ଘ୦୪/୦୬ଗତେ ବେଲ ଭକ୍ଷଣ ନିଷେଧ।
ମେଷ-ଆଜିର ପାରିବାରିକଜୀବନରେ ଉତ୍‌ଥାନପତନ ଲାଗିରହିବ।ଅଟକିରହିଥିବା କାମଗୁଡିକ ସମ୍ପନ୍ନହେବା କଷ୍ଟକର ।ନିଜ ବାକିଆକାମରେ ପ୍ରତିବନ୍ଧକଜନିତ ବିଷୟକୁନେଇ ଚିନ୍ତିତରହିପାରନ୍ତି।ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।
ବୃଷ-ଆଜି ଆକସ୍ମିକଭାବରେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ।ପରିବାରରେ ସନ୍ତାନଙ୍କସ୍ବାସ୍ଥ୍ୟ ଯୋଗୁ ବିଚଳିତହେବେ।ଜମିଜମା କିମ୍ବା ଯାନ୍ତ୍ରିକଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।
ମିଥୁନ-ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବ ନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।
କର୍କଟ-ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।
ସିଂହ-ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।
କନ୍ୟା-ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ ।
ତୁଳା-ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ।ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନାପାଇଁ ମନ ବଳାଇବେ।
ବିଛା-ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲିଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ ।ଯେଉଁ ବିବାଦୀୟ ଘଟଣାପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।
ଧନୁ-ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କପ୍ରେରଣାରେ କେତେକ ନୂତନକାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।
ମକର-ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକରହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।
କୁମ୍ଭ-ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସିଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭବଦଳରେ କ୍ଷତି ହିଁ ହେବ।ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।
ମୀନ-ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳବାତାବରଣ ସୃଷ୍ଟି ହେବ।ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନକ୍ଷେତ୍ରରୁ ସମ୍ମାନଲାଭ କରିବାର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ।ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।

ପାଞ୍ଜିକଥା :- ଘାତବାର ଓ ଘାତତିଥି
ଯେଉଁ ଜ୍ୟୋତିଷଶାସ୍ତ୍ରଦ୍ୱାରା ଗ୍ରହନକ୍ଷତ୍ରାଦିଙ୍କର ସ୍ଥିତି, ସଞ୍ଚାର ଆଦି ଗଣନା କରାଯାଏ, ତାହାକୁ ଗଣିତ-ଜ୍ୟୋତିଷ (ଆଷ୍ଟ୍ରୋନୋମି) କୁହାଯାଏ। ସେହିପରି, ଯେଉଁ ଜ୍ୟୋତିଷଶାସ୍ତ୍ର ଦ୍ୱାରା ମନୁଷ୍ୟ ଜୀବନର ଭବିଷ୍ୟତ ଘଟଣାମାନଙ୍କର ଗଣନା ଓ ପୂର୍ବାନୁମାନ କରାଯାଏ, ତାହାକୁ ଫଳିତ ଜ୍ୟୋତିଷ (ଆଷ୍ଟ୍ରୋଲୋଜି) କୁହାଯାଏ।ଜ୍ୟୋତିଷଶାସ୍ତ୍ରମତେ, ପ୍ରତ୍ୟେକ ବ୍ୟକ୍ତିର ଜନ୍ମରାଶି ଅନୁସାରେ ତାଙ୍କ ପାଇଁ ଅଶୁଭ ବାର, ତିଥି ଆଦି ନିରୂପଣ କରାଯାଇଥାଏ। ପାଞ୍ଜିରେ ପ୍ରତ୍ୟେକ ଦିନ ପାଇଁ ଲେଖା ରହୁଥିବା ଘାତବାର, ଘାତତିଥି, ଘାତମାସ, ଘାତଲଗ୍ନ, ଘାତଚନ୍ଦ୍ର ଓ ଘାତନକ୍ଷତ୍ର ଆଦି ଏହି ଘାତଚକ୍ରର ଅନ୍ତର୍ଗତ। ଏହି ଦିନଗୁଡ଼ିକରେ ସଂପୃକ୍ତ ରାଶିରେ ଜନ୍ମିତ ବ୍ୟକ୍ତି କୌଣସି ଶୁଭକର୍ମ ବା ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ଆରମ୍ଭ କରିବାପାଇଁ ବାରଣ ରହିଛି । ଜ୍ୟୋତିଷଶାସ୍ତ୍ରମତେ, ସପ୍ତାହର ସାତଟି ବାର କୌଣସି ନା କୌଣସି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ହୋଇଥାଏ
👉ବାର ଓ ନିମ୍ନ ରାଶିରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ ଘାତବାର
👉ରବିବାର-ମେଷରାଶି ,
👉ସୋମବାର-ମିଥୁନ
👉ମଙ୍ଗଳବାର-ମକର
👉 ବୁଧବାର-କର୍କଟ
👉ଗୁରୁବାର-ତୁଳା ଓ କୁମ୍ଭ
👉 ଶୁକ୍ରବାର-ବିଛା,ଧନୁ,ମୀନ
👉ଶନିବାର-ବୃଷ,ସିଂହ,କନ୍ୟାରାଶିପାଇଁ ଘାତବାର ବା ଅଶୁଭବାର।
ନିର୍ଦ୍ଦିଷ୍ଟରାଶିରେ ଜନ୍ମିତବ୍ୟକ୍ତିଙ୍କ ପାଇଁ କେଉଁକେଉଁ ତିଥି ‘ଘାତତିଥି’, ତାହାର ସୂଚନାମଧ୍ୟ ପାଞ୍ଜିରେ ଦିଆଯାଇଥାଏ।
👉ମେଷ ଓ ବିଛା :-ପ୍ରତିପଦ,ଷଷ୍ଠୀ ଓ ଏକାଦଶୀ(ନନ୍ଦାତିଥି)
👉କର୍କଟ ଓ ମିଥୁନ :-ଦ୍ୱିତୀୟା, ସପ୍ତମୀ ଓ ଦ୍ୱାଦଶୀ(ଭଦ୍ରାତିଥି)
👉ସିଂହ,ଧନୁ ଓ କୁମ୍ଭରାଶିପାଇଁ ତୃତୀୟା, ଅଷ୍ଟମୀ ଓ ତ୍ରୟୋଦଶୀ(ଜୟାତିଥି)
👉ତୁଳା ଓ ମକର:- ଚତୁର୍ଥୀ,ନବମୀ ଓ ଚତୁର୍ଦ୍ଦଶୀ(ରିକ୍ତାତିଥି)
👉 ବୃଷ,କନ୍ୟା ଓ ମୀନ :- ପଞ୍ଚମୀ,ଦଶମୀ
👉ପୂର୍ଣ୍ଣିମା ଓ ଅମାବାସ୍ୟା (ପୂର୍ଣ୍ଣାତିଥି) ଘାତତିଥି ବା ଅଶୁଭତିଥି ହୋଇଥାଏ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.