ରାଜା ଙ୍କୁ କରୋନା

0 8,207

ଭୁବନେଶ୍ୱର,୨୪/୪(ଏସଏସନିୟୁଜ)ମହାମାରୀ କରୋନା କାହାରିକୁ ଛାଡେନା । ସେ ପ୍ରଜା ହେଉ କି ରାଜା । ସମସ୍ତ ଙ୍କ ପାଇଁ କରୋନା ବିଛାଇଛି ମୃତ୍ୟୁର ଜାଲ । ପ୍ରଜାଙ୍କ ଜୀବନ ନେବା ପରେ ଏବେ ରାଜାଙ୍କ ପାଳି । ତେବେ ଆମେ ଯେଉଁ ରାଜାଙ୍କ କଥା କହିବାକୁ ଯାଉଛୁ , ସେ କେଉଁ ଦେଶ କିମ୍ବା ସାମ୍ବ୍ରାଜ୍ୟର ରାଜା ନୁହଁନ୍ତି । ଆମେ କହୁଛୁ ଜଙ୍ଗଲ ର ରାଜା ସିଂହ ର କଥା ।

କରୋନାକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢିଯାଇଥିବାବେଳେ ମଣିଷ ଛାଡି ପଶୁକୁ ମଧ୍ୟ ଆକ୍ରାନ୍ତ କରିପାରେ କରୋନା  ।ଯାହାର ଜ୍ୱଳନ୍ତ ଉଦାହରଣ ପୂର୍ବରୁ ୬/୪ ତାରିଖରେ  ନ୍ୟୁୟର୍କରେ ଜଣାପଡିଥିଲା । ପ୍ରଥମକରି ଏକ ବାଘଠାରେ ଏହି ଭୁତାଣୁ ମିଳିଥିଲା । ନ୍ୟୁଓାର୍କର ବ୍ରୋନ୍‌୍ସ ଚିଡିଆଖାନାରେ ଥିବା ନଦିଆ ନାମକ ବାଘକୁ କରୋନା ପେଜିଟିଭ ବୋଲି ପରିକ୍ଷାପରେ ଜଣାପଡିଥିଲା।ଜନ୍ତୁରକ୍ଷକଙ୍କଠାରୁ ଏହା ସଂକ୍ରାମିତ ହୋଇ ନଦିଆ ଆକ୍ରାନ୍ତ ହୋଇଥିଲା।ଏହାପରେ ଚିଡିଆଖାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଅବଲମ୍ବନ କରାଯିବା ସହ କର୍ମଚାରୀମାନଙ୍କ ସହିତ ବାଘ,ସିଂହମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଚିଡିଆଖାନା ତରଫରୁ ଅଧିକମାତ୍ରାରେ ଗୁରୁତ୍ୱ ଦିଆଯାଇଥିଲା । କିନ୍ତୁ ଦୁଖଃର ବିଷୟ ମହାମାରୀ କରୋନା ପୁଣି  ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଖାନାରେ ୪ ବାଘକୁ ଆକ୍ରାନ୍ତ ହେବା ସହ ଜଙ୍ଗଲ ର ରାଜା ସିଂହ ମଧ୍ୟ କରୋନା ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଗୋଟିଏ ନୁହେଁ କି ଦୁଇଟି ନୁହଁ ଏକାବେଳକେ  ୩ ସିଂହ କରୋନା ସଂକ୍ରମିତ ଥିବା ଜଣାପଡିଛି । ଏହି ଚିଡିଆଖାନାରେ ପୂର୍ବରୁ  ବାଘୁ କରୋନା ସଂକ୍ରମିତ ଥିବା ଚିହ୍ନଟ ହେବାର ୩ ସପ୍ତାହ ପରେ ବୁଧବାର ସେଠାରେ ଆଉ ୪ଟି ବାଘ ଓ ୩ଟି ସିଂହ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ଚିଡ଼ିଆଖାନାର ଦେଖାଶୁଣା କରୁଥିବା ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ସୋସାଇଟି (ଡବ୍ଲ୍ୟୁସିଏସ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.