ଆଜିର ଅନୁଚିନ୍ତା

ତାରିଖ ୦୬-୧୦-୨୦୨୧/ବୁଧବାର

0 211

ଆଜିର ନୀତିବାଣୀ
➡️”ଜୀବନର ପ୍ରତିଟି ମୁହୁର୍ତ୍ତରେ ପରିବର୍ତ୍ତନର ସୁଯୋଗ ଥାଏ I ସମୟ ସହ ତାଳ ଦେଇ ଚାଲିବା ତଥା ନିଜକୁ ପରିବର୍ତ୍ତନ କରିବା ହିଁ ଜୀବନ !!
➡️”ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ, ଯେତେବେଳେ ତା’ର ଅତି ଆପଣାର ମଣିଷ ତାକୁ ପର ଭାବି ଶତୃ ଭଳି ବ୍ଯବହାର କରିଥାଏ !!
➡️”ଯେଉଁଠାରେ ଆପଣଙ୍କର ସମ୍ମାନ କରାଯାଇ ନଥାଏ ସେଠାକୁ ଯିବା ଛାଡି ଦିଅନ୍ତୁ। ସେ ସ୍ଥାନ କାହା ଘର ହେଉବା କାହା ହୃଦୟ !!
➡️”ନାଟକ କରିବାକୁ ହେଲେ ରଙ୍ଗମଞ୍ଚରେ କର, କାହା ଜୀବନ ମଞ୍ଚରେ ନୁହେଁ !!
➡️”ନିଜର ଲୁହକୁ ନିଜ ହାତେ ପୋଛିବାକୁ ଚେଷ୍ଟା କରନ୍ତୁ। କାହିଁକିନା ଆଜିର ଦୁନିଆରେ ଲୋକେ ଦୁଃଖ କମ୍ ଓ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି !!
ଆଜିର ଅନୁଚିନ୍ତା
➡️”ସୂର୍ଯ୍ୟ ହେଉ ବା ମଣିଷ ସମସ୍ତଙ୍କୁ ତ ଦିନେ ଅସ୍ତ ହବାକୁ ପଡ଼ିବ , କିନ୍ତୁ ସାହାସ ଓ ଧୌର୍ଯ୍ୟ ସୂର୍ଯ୍ୟ ଠାରୁ ଶିଖିବାକୁ ପଡ଼ିବ ଯିଏକି ସନ୍ଧ୍ୟାରେ ଅସ୍ତ ହୋଇ ମଧ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ବିଶ୍ବାସର ସହିତ ଉଦୟ ହୋଇଥାଏ !!
➡️”ଭଲ ଲୋକଙ୍କୁ ଭୁଲ ବୁଝୁଥୁବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ , ଯେତେବେଳେ ସେ ଠିକ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁକିଛି ସରି ଯାଇଥାଏ !!
➡️”କିଛି ଦୁଃଖ ଏମିତି ବି ଥାଏ ଯାହା ନା ଶବ୍ଦରେ କହି ହୁଏ ନା ମନ ଖୋଲି କାନ୍ଦି ହୁଏ , କେବଳ ସେଇ ଦୁଃଖକୁ ମନତଳେ ଚାପି ରଖି ସହିବାକୁ ପଡେ !!
➡️”ସମ୍ପର୍କ ସବୁବେଳେ ଚନ୍ଦନ ପରି ରଖିବା ଉଚିତ୍ , ଯେପରି ଚନ୍ଦନ ହଜାରେ ଖଣ୍ଡ ହେଲେ ବି ତାର ସୁଗନ୍ଧ ସବୁଠି ରହିଥାଏ ଠିକ ସେହିପରି ସମ୍ପର୍କ ମଧ୍ୟ ସବୁ ପରିସ୍ଥିତି ରେ ସମାନ ରହିବା ଉଚିତ୍ !!
➡️”ନିଜ ଜୀବନର ଲକ୍ଷ୍ୟକୁ ସେଇମାନେ ହାସଲ କରିଥାନ୍ତି , ଯେଉଁମାନେ ପ୍ରତି ମୁହୁର୍ତ୍ତରେ ନିଜ ଦ୍ବାରା ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରିଥାନ୍ତି !!
ଆଜିର ସୁବିଚାର
➡️”ରକୁ ସମ୍ପର୍କ ଠାରୁ ଦୃଢ ରହେ ଯେଉଁ ସମ୍ପର୍କ କୁ ଆମେ ସ୍ନେହ , ପ୍ରେମ , ବିଶ୍ବାସ ରେ ଗଢିଥାଉ !!
➡️”ଜୀବନ କେଉଁଠୁ ଆରମ୍ଭ ହୋଇ କେଉଁଠି ଶେଷ ହୁଏ କେହି ଜାଣି ନଥାଏ , ହେଲେ ଜୀବନର ଆରମ୍ଭ ଠୁ ଶେଷ ଯାଏ କେମିତି ବଞ୍ଚିବାକୁ ହୁଏ ତାହା ଆମ ଉପରେ ହିଁ ନିର୍ଭର କରିଥାଏ !!
➡️”ଚାଲୁଥିବା ପାଦ ଦୁଇଟି ମଧ୍ଯ ରେ କେତେ ଫରକ ହୋଇଥାଏ , ଜଣେ ଆଗକୁ ତ ଆଉ ଜଣେ ପଛକୁ , କିନ୍ତୁ କେବେ ଆଗ ବାଲା କୁ ଅଭିମାନ ହୁଏ ନାହିଁ କି କେବେ ପଛ ବାଲା କୁ ଅପମାନ … କାରଣ ତାଙ୍କୁ ଜଣା ଥାଏ ଯେ କିଛି ସମୟ ପରେ ସ୍ଥିତି ବଦଳି ଯିବ !!
➡️”ପରିଶ୍ରମ ଏକ ସୁନ୍ଦର ଚାବିକାଠି ଅଟେ , ଯାହା ବନ୍ଦ ଭବିଷ୍ୟତ ର କବାଟ ମଧ୍ୟ ଖୋଲି ଦେଇପାରେ .. !!
➡️” ପାଣି ” ଯଦି ମର୍ଯ୍ୟଦା ଭାଙ୍ଗେ ତେବେ ” ବିନାଶ ” ହୋଇଥାଏ .. ବାଣୀ ” ଯଦି ମର୍ଯ୍ୟାଦା ଭାଙ୍ଗେ ତେବେ ” ସର୍ବନାଶ ” ହୋଇଥାଏ … !!

🙏ଓଁ ନମଃ ଗଣନାୟକ🙏.ଶୁଭ ସକାଳ,ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ।ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.