୧୧ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ

0 111

ବାରଙ୍ଗ,୧୩/୧୨(ଏସଏସନିଉଜ)ନନ୍ଦନକାନନଥାନା ପୋଲିସ ସୋମବାରରାତିରେ ରଘୁନାଥପୁରଗାଁମୁଣ୍ଡ ଏକ ଆପାର୍ଟମେଣ୍ଟନିକଟରେ ଥିବା କେକଦୋକାନ ପାଖରୁ ୧୧ଗ୍ରାମବ୍ରାଉନାଉଗାର ସହ ବିକ୍ରେତାକୁ ଗିରଫ କରିଛି।ଗିରଫ ଯୁବକ ହେଲେ ଚନ୍ଦ୍ରଶେଖରପୁର ଥାନା ଅଧିନସ୍ଥ ପଟିଆ ଦୋଳମଣ୍ଡପସାହିର ଇନ୍ଦ୍ରଜିତ ସାହୁ ।
ପ୍ରକାସ ଯେ, ଥାନାଅଧିକାରୀ ବିଶ୍ୱରଞନନାୟଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ନନ୍ଦନକାନନଥାନା ଅନ୍ତର୍ଗତ ଜେଡ-୧ ଆପାର୍ଟମେଣ୍ଟ ସାମ୍ନାରେ ଥିବା ମାଇମୋରେ ବେକେରି ଦୋକାନ ନିକଟରେ ଚଢଉ କରିବା ସହିତ ସାଧାରଣଲୋକଙ୍କୁ ବିକ୍ରି ନିମନ୍ତେ ବେଆଇନଭାବରେ ବ୍ରାଉନସୁଗାରପାଖରେ ରଖିଥିବା ଅଭିଯୋଗରେ ଇନ୍ଦ୍ରଜିତ ସାହୁଙ୍କୁ ଗିରଫ କରିଥିଲେ । ପରେ ତଲାସିବେଳେ ଅଭିଯୁକ୍ତଙ୍କର ନିକଟରୁ ମୋଟ ୧୧ଗ୍ରାମ ଓଜନର ବ୍ରାଉନ ସୁଗାର, ୩ଟି ମୋବାଇଲ ଫୋନ ଏବଂ ୬୦୦/- ଟଙ୍କା ଜବତ କରାଯାଇଥିଲା । ଥାନାକୁ ଆଣି ପଚରାଉଚରା ବେଲେ, ସାଧାରଣଲୋକଙ୍କୁ ବିକ୍ରିକରିବା ଉଦ୍ଦେଶ୍ୟରେ ବେଆଇନ ଭାବରେ ଏହାକୁ ପାଖରେ ରଖିଥିବା ଏବଂ ନିୟମିତ ଭାବେ ଭୁବନେଶ୍ଵରରେ ବିକ୍ରି କରିଆସୁଥିବା କଥା ସ୍ଵୀକାର କରିଥିଲେ ।ପୋଲିସ ୧୯୭/୨୨କେଶ ନମ୍ବରରେ ବେଆଇନ ବ୍ରାଉନସୁଗାର ବିକ୍ରିଜନିତ ମାମଲା ରୁଜୁକରି ଇନ୍ଦ୍ରଜିତଙ୍କୁ ଗିରଫକରି ମଙ୍ଗଳବାର କୋର୍ଟଚାଲାଣ କରିଛି ।

Leave A Reply

Your email address will not be published.