୧୫ ଦିନରେ ୧୫ ମୃତ୍ୟୁ, ତଥାପି କରୋନା ପରୀକ୍ଷା ପାଇଁ ଅରାଜି

0 303

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଉତରପ୍ରଦେଶର ହାମିରପୁର ଜିଲ୍ଲାର ଭଟପୁରା ଗ୍ରାମ ।୧୫ ଦିନରେ ୧୫ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।ତଥାପି ଗ୍ରାମବାସୀ କରୋନା ପରୀକ୍ଷା କରିବାକୁ ରାଜି ନୁହଁନ୍ତି ।ଗ୍ରାମାଂଚଳମାନଙ୍କରେ କରୋନା ଦ୍ରୁତ ଗତିରେ ବ୍ୟାପିଛି । ଦେଶର ଅନେକ ଗାଁ ରହିଛି , ବହୁ ସଂଖ୍ୟକ ଲୋକ କରୋନା କବଳରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଗ୍ରାମଗୁଡିକରେ ପରୀକ୍ଷା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ରସରକାର ।କିନ୍ତୁ ଭଟପୁରା ଗାଁରେ ଥଣ୍ଡା ହେବାପରେ ଶୀତ ଏବଂ ଜ୍ୱର ଯୋଗୁଁ ଏହି ଗାଁରେ ୧୫ ଦିନ ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହା ସତ୍ତ୍ୱେ ଗାଁରେ କରୋନା ପରୀକ୍ଷା ପାଇଁ ପ୍ରସ୍ତୁତ ନୁହଁନ୍ତି ଗ୍ରାମବାସୀ ।ଓଲଟା ପରୀକ୍ଷା ତଥା ଯାଂଚକରିବାକୁ ଆସିଥିବା ସ୍ୱାସ୍ଥ୍ୟବିଭାଗର କର୍ମଚାରୀମାନଙ୍କୁ ଧମକ ଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.