ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ ଜାରି ହେଲା ଏସଓପି

0 227

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) କେନ୍ଦ୍ର ସରକାର ଗ୍ରାମାଞ୍ଚଳ ମାନଙ୍କରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରିବା ସହ ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ମାର୍ଗଦର୍ଶିକା ରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଓ ପୋଷକ ତତ୍ତ୍ୱ କମିଟି ସହାୟତାରେ ଆଶା, ଅଙ୍ଗନବାଡ଼ି କର୍ମଚାରୀ ଗାଁରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଥଣ୍ଡା, ଜ୍ୱର ଭଳି ଅସୁସ୍ଥତା,ଅତି ଉତ୍କଟ ଶ୍ବାସନଳୀ ସଂକ୍ରମଣର ଚିହ୍ନଟ ପାଇଁ ସକ୍ରିୟ ଅନୁଧ୍ୟାନ କରିବା ଉଚିତ। ଗ୍ରାମାଞ୍ଚଳ ମାନଙ୍କରେ ସ୍କ୍ରିନିଂ, ଟେଷ୍ଟିଂ, ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମ୍ପର୍କରେ ଯାଞ୍ଚ କରିବା ଏବଂ କ୍ୱାରେନଣ୍ଟାଇନ୍କୁ ଗୁରୁତ୍ୱ ଦିଆଯାଇଛି । ୫୦୦ ଏମ୍ଜି ପାରାସିଟାମଲ୍, ଆଇଭର୍ମେକ୍ଟିନ୍, କଫ୍ ସିରପ୍, ମଲ୍ଟିଭିଟାମିନ୍ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ‘ହୋମ୍ଆଇସୋଲେସନ୍ କିଟ୍’ ଯୋଗାଇ ଦିଆଯିବ । କଣ୍ଟାକ୍ଟ୍ ଟ୍ରେସିଙ୍ଗ୍’ ଉପରେ ଧ୍ୟାନ ଦେବାକୁ ଆଜି ରିଲିଜ୍ ହୋଇଥିବା ମାର୍ଗଦର୍ଶିକା ରେ କୁହାଯାଇଛି । ଯେଉଁମାନେ କୋଭିଡ୍ ପଜିଟିଭ୍ ବାହାରିବେ ସେମାନେ ମନ୍ତ୍ରାଳୟ ଦ୍ୱାରା ଜାରି ନିୟମାବଳୀ ଅନୁସାରେ ‘ହୋମ୍-କ୍ବାରେଣ୍ଟିନ୍’ରେ ରହିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.