ଆଗେ କରୋନା ଟେଷ୍ଟ୍‌, ପରେ ବିବାହ

ଗଞ୍ଜାମ,୧୬/୫(ଏସଏସନିୟୁଜ) ଆଗେ ଟେଷ୍ଟ୍‌, ପରେ ବିବାହ, ବିବାହ ପୂର୍ବରୁ ବର-କନ୍ୟା କରିବେ କରୋନା ଟେଷ୍ଟ୍ ।କେବଳ ବରକନ୍ୟା ନୁହେଁ ଉଭୟ ପରିବାର ସହ ୫୦ଜଣ ଙ୍କ ମଧ୍ୟରେ ୍େ‌ଯଉଁମାନେ ବିବାହ ଉସ୍‌ବରେ ଯୋଗଦେବେ ସମସ୍ତେ କରୋନା ଟେଷ୍ଟ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିଛନ୍ତି । ସମସ୍ତ ଅତିଥି ମାନେ ନିଜର ଟେଷ୍ଟ କରାଇନେବେ ତେବେ ସଂକ୍ରମଣ ଆଶଙ୍କା କମିବ ବୋଲି ଜିଲ୍ଲାପାଳ କହିଛନ୍ତି। ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କର କରୋନା ଟେଷ୍ଟରେ ପଜିଟିଭ ଆସିଲେ ଆୟୋଜନ ପାଇଁ ଅନୁମତି ମିଳିବନାହିଁ । ବିବାହ ଆୟୋଜନ କରୁଥିବା ପରିବାର ସଦସ୍ୟଙ୍କ ଆଂଟିଜେନ ଟେଷ୍ଟ କରିବା ସହ ପଜିଟିଭ ଚିହ୍ନଟ ଦେବାକୁ ପଡିବ ।ଏହାପରେ ସର୍ବାଧିକ ୫୦ ଜଣ ଙ୍କୁ ସାମିଲ କରାଇ କୋଭିଡ ଗାଇଡଲାଇନ ମୁତାବକ ବିବାହ ଆୟୋଜନ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି ।

- Advertisement -

Leave A Reply

Your email address will not be published.