ମାସ ଶେଷରେ ପିକ୍‌ରେ ପହଁଚିବ ,ଜୁନ୍‌ରୁ କମିବ କରୋନା ଗ୍ରାଫ୍

0 240

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଓଡ଼ିଶାରେ କରୋନା ଏବେ ପିକ୍‌ରେ ପହଞ୍ଚିନି । ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଲକ୍‌ଡାଉନ, ସଟ୍‌ଡାଉନ ଚାଲିଛି । ସଂକ୍ରମଣ ଗୋଟିଏ ସର୍ବୋଚ୍ଚ ସ୍ତରକୁ ଯିବା ପରେ ଯଦି ସପ୍ତାହେ ଯାଏ ପଜିଟିଭ୍ କମିବ ତେବେ ଆମେ ପିକ୍ ଆସିଗଲା ବୋଲି କହିପାରିବା। ୧୧ ଦିନ ହେଲା ଲକ୍‌ଡାଉନ୍ ଓ ସଟ୍‌ଡାଉନ ରହିଛି । ହେଲେ ଏହା ପରେ ବି ରାଜ୍ୟରେ କିନ୍ତୁ ପଜିଟିଭ୍ ହାରରେ ହ୍ରାସ ଆସୁନି । ଏହି ଚିତ୍ର ଏବେ ବିଶେଷଜ୍ଞଙ୍କଠୁ ଆରମ୍ଭ କରି ସରକାର ସମସ୍ତଙ୍କୁ ଚିନ୍ତାରେ ପକାଇଛି । ତେବେ ଏଇ ସପ୍ତାହରେ ଆମକୁ ଅଧିକ ଜଗି ହୋଇ ରହିବାକୁ ହେବ । ମେ’ ଶେଷ ସପ୍ତାହରେ ସଂକ୍ରମଣ ପିକ୍‌କୁ ଯାଇ ଖସିବାର ଆଶଙ୍କା କରିଛନ୍ତି ବିଶେଷଜ୍ଞ । ସମ୍ ହସ୍ପିଟାଲର ବିଶିଷ୍ଟ ଡାକ୍ତର ପ୍ରଫେସର ମନୋଜ ସାହୁ କହିଛନ୍ତି, ଏଇ ମାସ ଦ୍ୱିତୀୟ ସପ୍ତାହରେ କରୋନା କମିଯିବ ବୋଲି ଆଶା ଥିଲା । ମହାରାଷ୍ଟ୍ର, ଦିଲ୍ଲୀ ଭଳି ରାଜ୍ୟରେ ସଂକ୍ରମଣ କମୁଥିାବବେଳେ ଓଡ଼ିଶାରେ ଆଉ ଟିକେ ବିଳମ୍ବ ହୋଇପାରେ ।ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି କହିଛନ୍ତି, ସଂକ୍ରମଣ ବଢୁଛି ନା କମୁଛି ଜାଣିବାପାଇଁ ଏବେ ଆଉ ୩/୪ ଦିନ ସର୍ବେକ୍ଷଣ କରିବାକୁ ହେବ । ଦେଶରେ ଅନ୍ୟ ସ୍ଥାନରେ କମୁଥିବାରୁ ରାଜ୍ୟରେ ସତର୍କ ରହିଲେ, କମିବ । ର‌ାଣ୍ଡମ୍ ସାମ୍ପଲିଂ ସର୍ଭେ ଏବେ ରାଜ୍ୟରେ ଚାଲିଥିାବବେଳେ ଆଉ ସପ୍ତାହେ ଯାଏ ଏହା ଜାରି ରହିବ।
ଏପଟେ ଆଇସିୟୁ ଅଭାବ ଦୂର ପାଇଁ ଶନିବାର ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ,ଯିଏକି ଆଇସିୟୁ ବେଡ୍‌ର ସ୍ଥିତି ଯାଞ୍ଚ କରିବ । ଜେନରାଲ ବେଡ୍ ଆବଶ୍ୟକ କରୁଥିବା ରୋଗୀ ଆଇସିୟୁରେ ରହୁଥିବା ବେଳେ ଗୁରୁତର ରୋଗୀଙ୍କୁ ଆଇସିୟୁ ମିଳୁନି । ଏହି ଟିମ୍ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ ବୁଲି ଆଇସିୟୁ ଯାଞ୍ଚ କରିବା ସହ ଆଇସିୟୁ ବେଡ୍ ସମ୍ପର୍କରେ ସମୀକ୍ଷା କରି ବେଡ୍ ଆବଶ୍ୟକ କରୁଥିବା ପ୍ରକୃତ ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତ୍ତିରେ ବେଡ୍ ଦିଆଯିବ । ଟ୍ୱିନ୍‌ସିଟିରେ ୭୯ ପ୍ରତିଶତ ବେଡ୍ ଭର୍ତ୍ତି ଓ ବାକି ୨୧ ପ୍ରତିଶତ ବେଡ୍ ଖାଲି ପଡିଛି । ସବୁଦିନ ୧୨ ହଜାର ପାଖାପାଖି ନୂଆ ରୋଗୀ ଚିହ୍ନଟ ହେଉଥିବାବେଳେ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୧ ଲକ୍ଷ ପାଖାପାଖି ପହଁଚିଲାଣି ।କରୋନା ସଂକ୍ରାମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗୁଥିବାବେଳେ ଚାପ କମାଇବାକୁ ଏହି ଟିମ୍ ରଣନୀତି କରିବ ।

Leave A Reply

Your email address will not be published.