ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

0 135

ବାରଙ୍ଗ,୨୪/୧୨(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଖୈରାପଡା ଗ୍ରାମରେ ଏକାଧିକ ରାସ୍ତା ନିର୍ମାଣ ପାଇଁ ଶନିବାର ସଂନ୍ଧ୍ୟାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁରବୀ ଅନ୍ତର୍ଯ୍ୟାମି କୁଅଁର,ପୂର୍ବତନ ପ୍ରଶାସନ ବସନ୍ତ ରଥ,ନୃସିଂହ ଖାଡେଙ୍ଗାଙ୍କ ସମେତ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।୧୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭୁବନେଶ୍ବର ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ବାରା ଖୈରାପଡା ବ୍ରାହ୍ମଣ ସାହି ଗାଁରେ ୩୪୮ମିଟର ଲମ୍ବ ରାସ୍ତାରେ ଫେବର ଟାଇଲ ବିଛାଯିବା ସହ ୧୪୫ମିଟର କାନ୍ଥ ନିର୍ମାଣ ହେବ।ତାସହିତ କଲ୍ୟାଣପୁର ପଞ୍ଚାୟତ ତରଫରୁ ୩ଲକ୍ଷଟଙ୍କା ବ୍ୟୟଅଟକଳରେ ଖୈରାପଡା ଭୋଇସାହି ରାସ୍ତା ନିର୍ମାଣ ଓ ୧ଲକ୍ଷଟଙ୍କା ବ୍ୟୟଅଟକଳରେ ଖୈରାପଡା ଗ୍ରାମରେ ଏକ ଷ୍ଟିଟ ଲାଇଟର ଆଲୋକୀକରଣ କାର୍ଯ୍ୟକୁ ଶୁଭ ଉଦଘାଟନ କରାଯାଇଛି।ଏହି କାର୍ଯ୍ୟକୁ ଦୁଇ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଷେଷ କରିବାକୁ ବିଧାୟକ ଉଭୟ ବିଭାଗକୁ ନିର୍ଦେଶ ଦେଇଛନ୍ତି।ଏହି ଅବସରରେ ଆୟୋଜିତ ଉତ୍ସବରେ ଶତାଧିକ ମହିଳା ସ୍ବୟଂସହାୟକ ଗୋଷ୍ଟିର ମହିଳାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.