ଘରେ ପହଞ୍ଚିଲେ ମୁକ୍ତିକାନ୍ତ

0 146

ରାଉରକେଲା, ୨୫ା୧୨(ଏସଏସନିଉଜ) ବୁଧବାର ଶିଶୁଭବନ ଛକ ହୋର୍ଡିଂ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇ ଚର୍ଚ୍ଚାରେ ରହିଥିବା ରାଉରକେଲାର ମୁକ୍ତିକାନ୍ତ ବିଶ୍ବାଳ ଘରେ ପହଁଚିଛନ୍ତି । ତାଙ୍କୁ ଗତକାଲି କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ବର ଷ୍ଟେସନପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଭ୍ୟାନରେ ବସାଇ ନିଆଯାଇଥିଲା। ଷ୍ଟେସନରେ ପହଞ୍ଚିବା ପରେ ରାଜା-ରାଣୀ ଏକ୍ସପ୍ରେସରେ ଅପେକ୍ଷାରେ ଥିବା ତାଙ୍କ ପୀଉସୀ ପୁଅ ଶୁଭମକୁ ମୁକ୍ତିକାନ୍ତଙ୍କ ଜିମା ଦିଆଯାଇଥିଲା। କ୍ୟାପିଟାଲ ଥାନାର ଦୁଇ ଜଣ ପୁଲିସ କନଷ୍ଟେବଲ୍ ମୁକ୍ତିକାନ୍ତଙ୍କୁ ସୁରକ୍ଷା ଦେଇ ରାଉରକେଲା ପର୍ଯ୍ୟନ୍ତ ଯାଇଛନ୍ତି। ରାଉରକେଲା ଷ୍ଟେସନରେ ମୁକ୍ତିକାନ୍ତ ପହଞ୍ଚିବା ପରେ ତାଙ୍କ ପରିବାର ଲୋକଙ୍କୁ ଜିମା ଦେଇ ପୁଲିସ ସେଠାରୁ ଫେରି ଆସିଛି।

Leave A Reply

Your email address will not be published.