ଡିସେମ୍ବର ମାସ ୨୫ ତାରିଖ ୨୦୨୨ ମସିହା(ରବିବାର)ପୌଷମାସ-ଶୁକ୍ଳପକ୍ଷ ,ତିଥି- ଦ୍ୱିତୀୟା ଦିବା ଘ୦୮/୩୨ ଗତେ ତୃତୀୟ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୪୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୩୭ ,ସିଂହ ରାଶିର ଘାତଚନ୍ଦ୍ର ,ମେଷ ରାଶିର ଘାତବାର ,ତୃତୀୟା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୋଇତୀକଖାରୁ ଦିବା ଘ ୦୮/୩୨ ଗତେ ପୋଟଳ ଭକ୍ଷଣ ନିଷେଧ ।
ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟକ୍ଷେତ୍ରରେ ସମାଧାନପାଇଁ ଚେଷ୍ଟାକରିହେବେ। ଲକ୍ଷ୍ୟସ୍ଥଳକୁ ଯିବାରାସ୍ତାରେ ମିତ୍ରତାସ୍ଥାପନ କରିବାର ସୁଯୋଗ ପାଇବେ ,ଆପଣଙ୍କୁ ସମ୍ମୁଖରେ ଭଲଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରରକଥା କହୁଥିବାରଶୁଣି ଅଶାନ୍ତି ଅନୁଭବ କରିବେ।
ବୃଷ-ଆଜିଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମକରି କୌଣସି ବନ୍ଧୁ ଅଥବା ପାଖପଡୋଶୀମାନେ ସହଯୋଗରହାତ ବଢାଇପାରନ୍ତି।
ମିଥୁନ-ଆଜି ନିଜସଂସ୍ପର୍ଶରେ ଆସୁଥିବା କୌଣସିବ୍ୟକ୍ତିଙ୍କୁ ଅପ୍ରିୟସତ୍ୟକହି ତିକ୍ତତା ସୃଷ୍ଟି କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକକ୍ଷେତ୍ରରେ ନୂତନକାମ ଆରମ୍ଭକରି ପ୍ରଶଂସିତହେବେ । ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ-ଆଜି ମାନସିକଅସ୍ତିରତା ଓ ବ୍ୟସ୍ତତାମଧ୍ୟରେ ସମୟ ଅତିବାହିତ ହୋଇପାରେ । ସଭାସମିତିରେ ଜଣେ ପ୍ରତିଷ୍ଠାବାନବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଆନନ୍ଦିତହୋଇପାରନ୍ତି। ମାଲିମକଦ୍ଦମାବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସିଂହ-ବିଭିନ୍ନପ୍ରକାରର ଯୋଜନା କରିବାସକାଶେ ଚିନ୍ତାକଲେମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣଭାରରେ ଅତିଷ୍ଠହେବେ ମାତ୍ର ପରିଶୋଧ କରିବାରରାସ୍ତା ଖୋଜିପାଇ ପାରିବେ ନାହିଁ। ସମସ୍ୟା ସରଳସମାଧାନ କରିବାରେ ସଫଳ ହେବେ।
କନ୍ୟା-ଆଜିଦିନଟିରେ ଯାହାକିଛି ପାଇବାର ଆଶାକରିବେ ତାହା ପୂରଣହୋଇପାରିବ। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟିର କଥା ମନକୁ ବାଧିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମା ବିବାଦ ଦେଖାଦେଇପାରେ।
ତୁଳା-ସାମାନ୍ୟ ପ୍ରତିବନ୍ଧକମଧ୍ୟରେ ବନ୍ଧୁଙ୍କନିକଟରୁ ଆସାକରିଥିବା ଅର୍ଥପ୍ରାପ୍ତିହେବ। ବିଭିନ୍ନପ୍ରକାରର ଚିନ୍ତା ଓ କଳ୍ପନାକରି କେବଳ ଭାବିଭାବି ସମୟକଟାଇବେ। ସାହାଯ୍ୟକରିବାକୁ ପ୍ରତିଶ୍ରୁତିଦେଇଥିବା କୌଣସିବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରିପାରିବେନି। ଫେରିଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବେ।
ବିଛା-ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ,ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବାପାଇଁ ପ୍ରଯତ୍ନ କରିବେ। ନିଜ ପରିବାରର ସଦସ୍ୟମାନଙ୍କଠାରୁ କିମ୍ବା ସହକର୍ମୀଙ୍କତରଫରୁ ସମସ୍ୟାଆସିପାରେ। ଘରୋଇ ବ୍ୟାପାରରେ ପଡୋଶୀଙ୍କ ମିଥ୍ୟାଗୁଜବ ମାନସିକସ୍ଥିତିକୁ ଦୋହଲାଇଦେବ।
ଧନୁ-କୌଣସି ଅସୁବିଧା ନହେଲେମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।ଅଫିସରେ ସହକର୍ମୀମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେକଟିଯିବ। ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବାସମୟରେ ଯାନ୍ତ୍ରିକତ୍ରୁଟି ଅସୁବିଧାରେ ପକାଇପାରେ।
ମକର-ଆଜି ଅସାବଧାନତାହେତୁ ଦ୍ରବ୍ୟ ଓ ଧନ ହାନି ଘଟିପାରେ।ପ୍ରିୟ ବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥଅଧିକାରୀମାନେ କାମହାସଲସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ ।
କୁମ୍ଭ-ଆଜି ଧନହାନି, ପରିବହନରେ ତର୍କବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂତ୍ରପାତ ଘଟିପାରେ। ସାହିତ୍ୟ, ସାମ୍ବାଦିକତା,ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକ ।
ମୀନ-ଆଜି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍ କାମ କରିବେ।

ନିତୀବାଣୀ-ସୂର୍ଯ୍ୟଙ୍କ ” ତାପ ” ଆଉ ବାପାଙ୍କ ” ରାଗ ” ସହ୍ୟ କରିବା ଶିଖନ୍ତୁ .. କାରଣସୂର୍ଯ୍ୟ ବୁଡିଗଲେ ଦୁନିଆଁ ଅନ୍ଧକାର ଆଉ ବାପା ହଜିଗଲେ ଜୀବନ ଅନ୍ଧକାର !
ବାସ୍ତୁଟିପ୍ପଣୀ-ଘରେ କୌଣସିପକ୍ଷୀ ଆଘାତପାଇ ପଡିବା ଦେଇଥାଏ ଦୃଘଟଣାର ସଙ୍କେତ ।ସେ ସବୁସୂଚନା କଣ ଆସନ୍ତୁ ଜାଣିବା…ହିନ୍ଦୁଧର୍ମରେ ପ୍ରକୃତିରେ ଥିବା ପ୍ରତୋକଜିନିଷ ଜୋତିଷବାସ୍ତୁ ଶାସ୍ତ୍ରର ଅଂଶ ହେଇଥାଏ । ଯାହାଦ୍ୱାରାକି ପ୍ରକୃତିରେ ଘଟିବାକୁ ଥିବା ଘଟଣାର କୌଣସି ନା କୌଣସି ସଂକେତ ରହିଥାଏ । ଆଜି ଆମେ ଆପଣଙ୍କୁ ପ୍ରକୃତିର କିଛି ଏପରି ସଂକେତ ବିଷୟରେ ହିଁ କହିବାକୁ ଯାଉଛୁ । ଏପରିକିଛି ସଂକେତ ଦେଖି ଆପଣ ଆଗାମୀ ଜୀବନରେ ଘଟିବାକୁ ଥିବା ଅଘଟଣ ବିଷୟରେ ଜାଣିପାରିବେ ।
ଘରଉପରେ ଯଦି ପେଚା ବସିବା ଆରମ୍ଭ କରିବ ତେବେ ସେହିଘରେ ନାନାସମସ୍ୟା ଆସିଥାଏ । ଧନର ଅଭାବ ରହିବ , ଶାରୀରିକକଷ୍ଟ ଲାଗିରହିବ ।
ଚିଲପକ୍ଷୀ ଯଦି ଘରଉପରେ ବୁଲେକି ଆସି ବସେ ତେବେ ଏହା ଅଶୁଭ ସଂକେତ ହେଇଥାଏ ।
ଘରେ ବୁଢିଆଣୀ ଜାଲ ରହିବା ଉଚିତ ନୁହେଁ । ଏହା ଶୁଭ ଲକ୍ଷ୍ୟଣ ହେଇ ନ ଥାଏ ।
ଯେଉଁଘରେ କଙ୍କଡାବିଛା ରହିଥାନ୍ତି ସେହିଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହେଇଥାଏ ।
ଯେଉଁଘରେ କଳା ମୂଷାଙ୍କର ବୃଦ୍ଧି ହେଇଥାଏ ସେହିଘରେ ଅଚାନକ ରୋଗବ୍ୟାଧି ବୃଦ୍ଧିହେବାର ଏହା ସଂକେତ ଅଟେ ।
କୌଣସିପକ୍ଷୀ ଆପେଆପେ ଆଘାତପାଇ ଆସି ଆପଣଙ୍କ ଅଗଣାରେ ପଡିଯିବା ବହୁତ ବଡ଼ଅଶୁଭ ସଂକେତ ହେଇଥାଏ । ଏହି ପକ୍ଷୀ ମରିକି ଆସି ପଡିବା ମଧ୍ୟ ଆହୁରି ଅଶୁଭ ହେଇଥାଏ ।
ଯେଉଁଘରେ ବିଲେଇ ଝଗଡା କରିଥାନ୍ତି , ସେହିଘରେ ଅଚାନକ କୌଣସି ବିଘ୍ନ ଲାଗିରହିଥାଏ । ସେହିଘରେ ବିବାଦ ବୃଦ୍ଧି ହେଇଥାଏ ।
ଆପଣଙ୍କ ଘରଆଡ଼କୁ କେହିକୁକୁର ଅନେକକାନ୍ଦିବା ଏହା ଅସୁଭତ୍ୱର ସଂକେତ ହେଇଥାଏ । ଏହି ଘରର କୌଣସି ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁର ମଧ୍ୟ ଏହା ସଂକେତ ହେଇଥାଏ ।
କୌଣସିଘର ଛାତଉପରେ ଯଦି କୌଣସି କାଉ କିମ୍ବା ପେଚା ବୋବାଇଥାଏ ତେବେ ସେହିଘରକୁ କୌଣସି ବିପତି ଆସିଥାଏ । ଅଥବା କୌଣସି ବାଧା ସୃଷ୍ଟି ହେଇଥାଏ ।
ଘରେ ବାଦୁଡ଼ି ବସା କରିବା ଅଶୁଭ ହେଇଥାଏ ।
କଳା କିମ୍ବା ନୀଳରଙ୍ଗର ଚଢେଇ ଆସି ଘରେ ରହିବା ଦରିଦ୍ରତାର ସଂକେତ ହେଇଥାଏ । ଯଦି କୋଇଲି ଆପଣ ଙ୍କଘର ପାଖରେ ବସି ବୋବାଇଥାଏ ତେବେ ଏହା ସୁଖଦ ଜୀବନର ସଂକେତ ହେଇଥାଏ । ଯଦି କୋଇଲି ପୂର୍ବ ଓ ଉତ୍ତର ଦିଗରେ ବୋବାଇଥାଏ ତେବେ ଏହାଦ୍ୱାରା ଘରର ଯଶ ଓ ପ୍ରତିଷ୍ଠା ବୃଦ୍ଧି ପାଇଥାଏ ।
ସକାଳୁସକାଳୁ ଆସି କାଉ ଚୋବାଇବା କୌଣସି ଅତିଥିଙ୍କର ଆଗମନର ସଂକେତ ହେଇଥାଏ । ଯଦି ପୂର୍ବଦିଗ ରେ କୌଣସି କାଉ ବୋବାଇଥାଏ ତେବେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆଗମନ ହେଇଥାଏ । କିନ୍ତୁ କାଉ ଆସି ଯଦି ଆପଣଙ୍କ ଘରଉପରେ କୌଣସି ହାଡ଼ ,ମାଛ,ମାଂସ ପକାଇଥାଏ ତେବେ ଏହା ଶୁଭସଂକେତ ହେଇଥାଏ ।
ଯଦି କୌଣସି ପାଖିଦ୍ୱାରା ଘରେ ଚାନ୍ଦି , ତମ୍ବା , ଗହଣା କିମ୍ବା କୌଣସିଧାତୁ ହାତରୁ ଖସିଯାଇଥାଏ ତେବେ ସେହି ବ୍ୟକ୍ତିଙ୍କୁ ଆକସ୍ମିକ ଧନପ୍ରାପ୍ତି ର ଯୋଗ ରହିଥାଏ । କୋଣସି କୋର୍ଟକଚେରୀ ମାମଲାରେ ସେମାନେ ସଫଳ ହେଇଥାନ୍ତି ।
ମୟୁର ଘରେନାଚିବା ଅତ୍ୟନ୍ତ ଶୁଭହେଇଥାଏ । ମୟୁରର ଶବ୍ଦ ମଧ୍ୟ ଆପଣଙ୍କର ଆଗାମୀ ଜୀବନର ସୁଖମୟ ହେବାର ସଂକେତ ହେଇଥାଏ । କିନ୍ତୁ ମୟୁର କାନ୍ଦିବା କୌଣସି ଦୁଃଖର କାରଣ ହେଇଥାଏ ।
ମହୁମାଛି ଘରେଆସି ବସାକରିବା ଶୁଭହେଇଥାଏ କିନ୍ତୁ ଜନ୍ଦାଘରେ ବସା ବାନ୍ଧିବାଦ୍ୱାରା ଘରେ ନାନାବିବାଦ ଉତ୍ପରଃନ ହେଇଥାଏ ।
ଛୋଟପାଖି ଏକତ୍ର ହେଇ ପାଟି କରିବାର ଅର୍ଥ ହେଇଥାଏ ସେହି ପାଖରେ କୌଣସି ବିଷାକ୍ତ ଯିବ ରହିଛି ।
ଘର ଉପରେ ଆସି ଚଢେଇ ଡେଇଁବା ସମ୍ପତି ପ୍ରାପ୍ତିର ସଂକେତ ହେଇଥାଏ । ସମାଜରେ ମାନସଂମାନ ମଧ୍ୟ ବୃଦ୍ଧି ପାଇଥାଏ ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
