ଆଚାର୍ଯ୍ୟହରିହର ସରକାରୀଉଚ୍ଚବିଦ୍ୟାଳୟରେ ସରିଲା କ୍ରୀଡା

0 187

ବାଲିଅନ୍ତା,୨୪ା୧୨(ଏସଏସନିଉଜ)ଖୋର୍ଧାଜିଲ୍ଲା ବାଲିଅନ୍ତାବ୍ଲକ ଅଧିନସ୍ଥ ବେଣୁପୁର ଆଚାର୍ଯ୍ୟ ହରିହର ସରକାରୀଉଚ୍ଚବିଦ୍ୟାଳୟର ୪୦ତମ ବାର୍ଷିକ କ୍ରୀଡା ଉତ୍ସବ ଗତମଙ୍ଗଳବାରଦିନ ଉଦଘାଟତି ହୋଇ ଗୁରୁବାରଦିନ ଶେଷହୋଇଛି । ପ୍ରଧାନଶିକ୍ଷକ ଗଣେଶ କରଣଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଯାପନିଉସ୍‌ବରେ ମୁଖ୍ୟଅତିଥିଭାବେ ବାଲିଅନ୍ତାବ୍ଲକ ବଡିଓ ନାରାୟଣ ଚନ୍ଦ୍ର ନାୟକ, ମାଧ୍ୟମିକ ଶିକ୍ଷା ସହନିର୍ଦ୍ଦେଶକ ହିମାଂଶୁ ଭୁଷଣ ଓଝା ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ରୁପେ ବାଲିଅନ୍ତାବ୍ଲକ Sr.BEO ପ୍ରଜ୍ଞାପରମିତା ଜେନା , ବାଲିଅନ୍ତା ଥାନାଅଧିକାରୀ ଯୁବରାଜ ସ୍ବାଇଁ , ବେଣୁପୁର ସରପଞ୍ଚ ହୃଷିକେଶ ପାତ୍ର , ଏସଏମସିଅଧ୍ୟକ୍ଷ ମାନସ ରଞ୍ଜନ୍ ମହାପାତ୍ର , ମୋ ସ୍କୁଲ ଅଧକ୍ଷ ମହେଶ ଚନ୍ଦ୍ର ରାୟ , ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ କ୍ରୁଷ୍ନଚନ୍ଦ୍ର ଜେନା ଓ ବୟୋଜେଷ୍ଠ ମୁରବୀ ଅନ୍ତର୍ୟାମି ଛୋଟରାୟ ପ୍ରମୁଖ ଯୋଗଦେଇ

ପାଠପଢାସହ କ୍ରିଡାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ଶିକ୍ଷକ ଜମ୍ବେଶ୍ଵର ରଥ ସ୍ଵାଗତ ଭାଷଣ ଦେଇଥିଲେ ଓ କ୍ରୀଡା ଶିକ୍ଷକ ପ୍ରମୋଦ କୁମାର ଖୁଣ୍ଟିଆ ମଞ୍ଚ ପରିଚାଳନା କରିଥିଲେ । ଏହିଅବସରରେ କ୍ରୀଡା ପ୍ରତିଯୋଗିତା , ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୂର୍ବବର୍ଷର ମାଟ୍ରିକଏଗ୍ରେଡ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମର୍ଦ୍ଧନା ଦିଆଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକକାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ଉତ୍ସବରେ ସମସ୍ତଏସଏମସି ସଦସ୍ୟ, ପିଆରଆଇ ସ୍‌ଦସ୍ୟ, ଆଲୁମିନାସଦସ୍ୟମାନଙ୍କ ସହ ଅଭିଭାବକ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ , ପୁର୍ବତନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲୋ

Leave A Reply

Your email address will not be published.