ମୁକ୍ତାକଶ କାରାଶ୍ରମରୁ ୨କଏଦୀ ଫେରାର

0 175

ମେଣ୍ଢାଶାଳ,୨୪/୧୨(ଏସଏସନିଉଜ)ଜାମୁଝରୀସ୍ଥିତ ମୁକ୍ତାକାଶକାରାଶ୍ରମରୁ ଶୁକ୍ରବାରଦିନ ସକାଳସାଢେ୮ଟା ସମୟରେ ଦୁଇଜଣ କଏଦୀ ଫେରାର ହୋଇଯାଇଥିବାର ଚନ୍ଦକାଥାନାରେ ଅଭିଯୋଗ ହୋଇଛି ।ଫେରାର କଏଦୀ ହେଲେ ବଣାଇଗଡଜେଲରୁ ୨୪ମାର୍ଚ୍ଚ୨୦୨୨ରେ ଏଠାକୁ ଆସିଥିବା ଜୁନୁଲ ଟପୋ ଓ ସ୍ପେସାଲସବଜେଲ ରାଉରକେଲାରୁ ୧୩ଜୁଲାଇ୨୦୨୨ରେ ଆସିଥିବା ନବୀନପାତ୍ର ।ଗତକାଲି ସକାଳେ ଫୋର ହୋଇଯାଇଥିବାର ଜଣାପଡିବାପରେ ଜେଲ ତରଫରୁ ସେମାନଙ୍କୁ ଖୋଜାଖୋଜି ପରେ ନମିଳିବାରୁ ସନ୍ଧ୍ୟାରେ ଚନ୍ଦକାଥାନାରେ ଲିଖିତଅଭିଯୋଗ କରାଯାଇଥିଲା ।ଅଭିଯୋଗ ପାଇବାପରେ ଚନ୍ଦକାପୋଲିସ ୩୧୩/୨୨କେଶନଂରେ ଏକ ମଦ୍ଦମାରୁଜୁକରି ଶନିବାରଦିନ କାରାଶ୍ରମକୁ ଯାଇ ତଦନ୍ତ ଆରମ୍ଭ କରଛି ।ଏଠାକୁ ଆସିଥିବା ଏହି କଏଦୀଦୁଇଜଣଙ୍କ ମଧ୍ୟରୁ ଜଣେ ଦଶମାସ ଓ ଆଉଜଣେ ୬ମାସ ଏଠାରେ ରହି ଫେରାର ହୋଇଯାଇଥିବାର କାରାଶ୍ରମସୁତ୍ରରୁ ଜଣାପଡିଛି ।ଏହି ଦୁଇଜଣ ଫେରାର ହୋଇଯିବାପରେ କାରାଶ୍ରମରେ କଏଦୀମାନଙ୍କ ସଂଖ୍ୟା ହ୍ରାସପାଇ ୨୮ରେ ପହଁଚିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.