ନନ୍ଦନକାନନରେ ପର୍ଯ୍ୟଟକ ନିଖୋଜ

0 138

ବାରଙ୍ଗ,୨୪/୧୨(ଏସଏସନିଉଜ)ନନ୍ଦନକାନନ ବୁଲିବାକୁ ଆସିଶୁକ୍ରବାରଦିନ ଜଣେ ପର୍ଯ୍ୟଟକ ନିଖୋଜ ହୋଇଥିବାର ନନ୍ଦନକାନନଥାନାରେ ଅଭିଯୋଗ ହୋଇଛି ।ପୋଲିସ ଅଭିଯୋଗପାଇବାପରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିବାବେଳେ ଅଦ୍ୟାବଧି ନିଖୋଜ ବ୍ୟକ୍ତିର ପତାମିଳିପାରିନାହିଁ ।
ପ୍ରକାସ ଯେ, କେନ୍ଦାପଡା ଜିଲ୍ଲା, ଆଳିଥାନା ଅନ୍ତର୍ଗତ ଆଳି ମାଳପାଟଣା ଗ୍ରାମର ୪୭ବର୍ଷର ହାଡିବନ୍ଧୁ ଲେଙ୍କା ଭାଇ ସର୍ବେଶ୍ବର ଲେଙ୍କାଙ୍କ ସହ ସପରିବାରେ ନନ୍ଦନକାନନ ବୁଲିବାକୁ ଶୁକ୍ରବାରଦିନ ଆସିଥିଲେ ।ପରିବାରଲୋକେ ଅପରାହ୍ନ ୨ଟା ୫ମିନିଟ୍ ସମୟରେ ନନ୍ଦନକାନନ ଟିକଟ କରି ବୁଲିବାକୁ ଯାଇ ୫ଟା୭ମିନିଟ ସମୟରେ ନନ୍ଦନକାନନ ଭିତରୁ ବାହାରକୁ ଆସିଥିଲେ ।ଏହାପରେ ଟିକଟ କାଉଣ୍ଟର ପାଖରେ ବିକାହେଉଥିବା ମକା ସିଝା ଖାଇବାସମୟରେ ଦୁଇଟି ବୁଲା ଶଣ୍ଢ ହଠାତ୍ ପଶିଆସି ମାଡଗୋଳ ହୋଇଥିଲେ। ମାଡଗୋଳ ଯୋଗୁ ସେଠାରେ ଥିବା ପର୍ଯ୍ୟଟକମାନେ ନିଜ ଜୀବନକୁ ବଂଚାଇବାକୁ୍‌ଯାଇ ଏଣେତେଣେ ପଳାଯାଇଥିଲେ ।ପରେ ଏକାଠି ହେବାପରେ ହାଡିବନନ୍ଧୁପାଖରେ ନଥିବାର ଜଣାପଡିଥିଲା।ବହୁ ଖୋଜାଖୋଜି ପରେ ମଧ୍ୟ ହାଡିବନ୍ଧୁର ପତ୍ତା ନ ମିଳିବାରୁ ପରିବାର ଲୋକେ ୫ଟା ୫୨ମିନିଟରେ ମୁଖ୍ୟଫାଟକରେ ଥିବା କର୍ମଚାରୀଙ୍କୁ ଅବଗତ କରାଇବା ସହ ସିସିଟିଭି ଯାଞ୍ଚ କରିବାକୁ କହିଥିଲେ।ନନ୍ଦନକାନନ କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିବାରୁ ଥାନାକୁ ଯାଇ ଅଭିେଯୋଗ କରିବାକୁ ପରାମର୍ଶ ଦେଇଥିଲେ ।ଏହାପରେ ନିଖୋଜଭାଇକୁ ପାଇବା ଆଶାରେ ସର୍ବେଶ୍ବର ଲେଙ୍କା ସନ୍ଧ୍ୟାରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି।ପୁଲିସ ଅଭିଯୋଗ ପାଇବାପରେ ଏମଏମଆରକେଶନଂ୨୪/୨୨ରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭକରିଛି । ଅନ୍ୟପଟେ ପର୍ଯ୍ୟଟନରୁତୁ ହୋଇଥିବାରୁ ନନ୍ଦନକାନନରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ନନ୍ଦନକାନନ ଭିତରେ ଓ ବାହାରେ ସିସିକ୍ୟାମେରା ଲାଗିଛି ।କିନ୍ତୁ ଏହାକେତେଦୁର କାର୍ଯ୍ୟକାରୀ କରୁଛି ନିଖୋଜ ହାଡିବନ୍ଧୁ ଘଟଣା ସ୍ପଷ୍ଟ ପ୍ରମାଣ ଦେଉଛି ।

Leave A Reply

Your email address will not be published.