୨୦ଲିଟରଦେଶିମଦ ସହ ସ୍କୁଟି ଜବତ

0 177

ମେଣ୍ଢାଶାଳ,୩୧ା୩(ଏସଏସନିଉଜ)ଗୁରୁବାର ରାତିରେ ଚନ୍ଦକାଥାନାପୁଲିସ ପେଟ୍ରୋଲିଂକରୁଥିବାବେଳେ ଏକ ସ୍କୁଟିରେ ଦେଶୀମଦ ନେଇ ଯାଉଥିବା ଜଣେ ଯୁବକକୁ ଗିରଫ କରିବା ସହ ତାଠାରୁ ୨୦ଲିଟର ଦେଶୀମଦ ଜବତ କରି ଶୁକ୍ରବାରଦିନ କୋର୍ଟଚାଳଣ କରିଛନ୍ତି ।ଗିରଫ ଯୁବକ ହେଉଛନ୍ତି ଏହିଥାନା ଅଧିନସ୍ଥ ଅନ୍ଧାରୁଆ ତଳସାହିର ସୁକାନ୍ତମାଟି ।ସୁକାନ୍ତତାଙ୍କ ଓଡି-୩୩ଏଡି -୦୦୮୯ନଂ ସ୍କୁଟି ଯୋଗେ ୨୦ଲିଟର ଦେଶୀମଦ ବିକ୍ରି ଉଦ୍ଦେଶ୍ୟରେ ନେଇ ଅନ୍ଧାରୁଆରୁ ଦାସପୁର ରାସ୍ତାଦେଇ ଯାଉଥିବାବେଳେ ଦାସପୁର ଓମଫେଡ଼ଛକ ନିକଟରେ ଚଢଉକରି ସୁକାନ୍ତଙ୍କୁ ପୋଲିସ ଗିରଫ କରିବାସହିତ ତାନିକଟରୁ ୨୦ଲିଟର ଦେଶୀମଦ ଓ ସ୍କୁଟି ଜବତ କରିଥିଲେ ।ଶୁକ୍ରବାରଦିନ ୯୬/୨୩ କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଳଣ କରିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.