ଆଜିର ରାଶିଫଳ

0 200

୨୦୨୩ମସିହାଅପ୍ରେଲମାସ୧ତାରିଖ,ଶନିବାର।ଶ୍ରୀମନ୍ଦିରରେ ଓ ସ୍ମାର୍ତ୍ତସମ୍ମତ କାମଦାଏକାଦଶୀ, ଶ୍ରୀମନ୍ଦିରେ ସୀତାବିବାହ, ଅନନ୍ତମହିମାମେଳା, ଉତ୍କଳଦିବସ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୪/୩୧ ,ସୂର୍ଯ୍ୟାସ୍ତ- ଘ୫/୫୭/୩ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଶୌରି ବାସ ,ତିଥି- ଏକାଦଶୀ ରାତ୍ରି ଘ୪/୨୧ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଶନିବାର, ଅଗନ୍ତବ୍ୟ, ବିଷ୍ଟିକରଣ ଓ ଶନିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ଏହିରାଶିମାନଙ୍କର ଏବଂ ନିଶାନ୍ତ ଘ୫/୩୧ମି ପରେ ମେଷ, ମିଥୁନ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ଏହିରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ନିଶାନ୍ତ ଘ୫/୩୧ମି ପରେ କର୍କଟ ଓ ମକରରାଶିର ଘାତଚନ୍ଦ୍ର।ବୃଷ, ସିଂହ ଓ କନ୍ୟାରାଶିମାନଙ୍କର ଘାତବାର।ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ ଭକ୍ଷଣ ନିଷେଧ।ଅଶୁଭବେଳା-(କାଳ ବେଳା) ପ୍ରାତଃ ରୁ ଦିବା ଘ୭/୧୩ ମଧ୍ୟେ, ଦିବା ଘ୪/୨୪ମି ରୁ ସୂର୍ଯ୍ୟାସ୍ତ ଘ୫/୫୭ମି ମଧ୍ୟେ। କାଳରାତ୍ରି) ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୭/୨୫ମି ମଧ୍ୟେ, ଘ୪/୧୪ମି ରୁ ନିଶାନ୍ତ ଘ୫/୪୪ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ଦିବା ଘ୯/୪୨ମି ରୁ ଘ୧୨/୫୪ମି ମଧ୍ୟେ, ରାତ୍ରି ଘ୮/୨୨ମି ରୁ ଘ୧୦/୪ମି ମଧ୍ୟେ, ଘ୧୨/୨୨ମି ରୁ ଘ୧/୫୮ମି ମଧ୍ୟେ, ଘ୨/୪୬ମି ରୁ ଘ୪/୨୨ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା:-ନାହିଁ।
🐏ମେଷ-ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସରେ ଭରିରହିବ, ପୁଜାପାଠରେ ଆପଣଙ୍କ ଅଧିକାମନ ଲାଗିବ, ଆପଣ ନିଜମନକୁ ଶାନ୍ତରଖିକରି ବିବାଦକୁ ସମାଧାନ କରିବାରେ ପ୍ରୟାସକରିବେ । ବେପାରସହ ଯୋଡି ହୋଇଥିବାବ୍ୟକ୍ତିଙ୍କୁ ନିଜକ୍ଷେତ୍ରରେ ଧନଲାଭ ମିଳିବାରଯୋଗ ହେଉଛି, ଦୈନିକକାର୍ଯ୍ୟରେ ସଫଳତା ମିଳିବାର ନଜର ଆସୁଛି, ଜୀବନସାଥୀଙ୍କ ସହ ଆପଣଙ୍କ ସଂବନ୍ଧ ମଧୁରହେବ , ପରିବାରଲୋକଙ୍କ ସହ ନିଜ ହୃଦୟରକଥା ସେୟାର୍ କରିବେ, ରୋଜଗାରରଦିଗରେ କରାଯାଇଥିବା ପ୍ରୟାସ ସଫଳହେବ, ଆଜି ଆପଣଙ୍କ ସବୁମନୋକାମନା ପୁରାହେବାର ସଂମ୍ଭାବନା ଅଛି ।
🐮ବୃଷ-ଆଜି ଆପଣଙ୍କଦିନ ଖୁସିରେ ଭରପୁର୍ ରହିବ । କେଉଁ ସଂମ୍ପର୍କୀୟଙ୍କଠାରୁ ଖୁସିଖବର ଶୁଣିବାକୁମିଳିପାରେ । ଯାହାଦ୍ୱାରା ଘରର ମାହୋଲ୍ ଭଲ ରହିବ । ଧନପ୍ରାପ୍ତିର ନୁଆସ୍ରୋତ ମିଳିବ, ଏହି ରାଶିରବିଦ୍ୟାର୍ଥୀଙ୍କୁ ମନ ପୁରାପାଠପଢାରେ ଲାଗିବ । କେଉଁପ୍ରତିଯୋଗିତା ପରୀକ୍ଷାରେ ଭଲରେଜଲ୍ଟ ମିଳିବ । ସ୍ୱାସ୍ଥ୍ୟର ଦୃଷ୍ଟିରୁ ଆଜିରଦିନ ଭଲରହିବ, ଆପଣନିଜକୁ ଉର୍ଜାବାନ ଅନୁଭବକରିବେ । ଆଜି ମନପସନ୍ଦର ଭୋଜନ ଆନନ୍ଦନେଇପାରନ୍ତି । ଆର୍ଥିକସ୍ଥିତିରେ ସୁଧାରହେବ । ବହୁତ ଦିନରୁ ଅଟକିଥିବା ପଇସା ଫେରିପାରିବେ ।
👩❤️👨ମିଥୁନ-ଆଜି ଆପଣଙ୍କଦିନ ପୁର୍ବଅପେକ୍ଷା ଭଲ ନଜର୍ ଆସୁଛି । ଆପଣ ନିଜ ସବୁ ଅଧୁରାକାମ ପୁରାକରିପାରିବେ । ବନ୍ଧୁଙ୍କ ପୁରାସହଯୋଗ ମିଳିପାରିବ । ଅଫିସରେ ମାନସମ୍ମାନ ପ୍ରାପ୍ତିହେବ । ବଡଅଧିକାରୀଙ୍କ କୃପାଦୃଷ୍ଟି ରହିବ , ଆଜି ଆପଣସାମ୍ନାରେ ଆସୁଥିବା ସବୁଚ୍ୟାଲେଞ୍ଜକୁ ଆରାମରେ ମୁକାବଲା କରିପାରିବେ । କିଛି ମହତ୍ତ୍ୱପୁର୍ଣ୍ଣଫଇସଲା ନେବା ସମୟରେ ଭାବିଚିନ୍ତି କାର୍ଯ୍ୟକରନ୍ତୁ ।
🦀କର୍କଟ-ଆଜି ଆପଣଙ୍କଦିନ ସାମାନ୍ୟ ରୁପରେକଟିବ । ପରିବାରଲୋକଙ୍କ ସହ ଅଧିକାସମୟ କଟାଇବାକୁ ଚେଷ୍ଟାକରିବେ । ବନ୍ଧୁଙ୍କସହ କେଉଁଠିକୁ ପିକନିକ୍ ରେ ଯିବାର ଯୋଜନାହୋଇପାରେ, ଏହିରାଶିର ବିଦ୍ୟାର୍ଥୀଙ୍କୁ କଠିନ ବିଷୟଉପରେ ଧ୍ୟାନଦେବାର ଆବଶ୍ୟକତାଅଛି, ଆପଣଙ୍କପଢାରେ ମନ ଭଟକିପାରେ । ଜୀବନସାଥୀଙ୍କ ସହ ଉତଥାନ ପତନସ୍ଥିତି ରହିଛି, ଯାହାରକାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି । ଅଫିସ୍ କାମରେ ଅଧିକାପ୍ରେସର୍ ହେବା କାରଣରୁ ଆପଣ ଚିନ୍ତିତ ରହିବେ , ଆପଣ ସବୁକାର୍ଯ୍ୟକୁ ସମୟରେ ପୁରାକରିବାରେ ଚେଷ୍ଟା କରିବେ
🦁ସିଂହ-ଆଜି ଆପଣଙ୍କମଧ୍ୟରେ ଉତ୍ସାହର୍ନଜର ଆସୁଛି, ଆପଣ ସବୁକାର୍ଯ୍ୟ ନିଜପରିଶ୍ରମ ବଳରେ କରିବେ, ଜୀବନସାଥୀଙ୍କ ସହ ଡିନରର ପ୍ଲାନିଂ କରିପାରନ୍ତି, କିଛି ପୁରୁଣା ବନ୍ଧୁଙ୍କ ସକ୍ଷାତ ହୋଇପାରେ, ଯାହା ଦ୍ୱାରା ପୁରୁଣା ସ୍ମୃତି ଉଜାଗର ହେବ, ବାହାନ କିଣିବାରେ ମନ ବଳାଇବେ।ଆପଣଙ୍କୁ ଜରୁରୀ କାମରେ ପରିବାର ର ପୁରା ସହଯୋଗ ମିଳୀପାରେ।
🙎♀️କନ୍ୟା-ଆଜି କାରୋବାରରେ ଯୋଡିହୋଇଥିବାବ୍ୟକ୍ତିଙ୍କ ପାଇଁ ବହୁତ ଦିନଟି ଭଲଅଛି, ଅଫିସସହକର୍ମୀ ଆପଣଙ୍କୁ ପୁରାସହଯୋଗ କରିବେ, ଆପଣ ନିଜକୁ ଉର୍ଜାବାନ ଅନୁଭବ୍ ରିବେ, ଆପଣ ସବୁ ଜରୁରୀକାମ କୁ ପୁରା କରି ପରିବାର ସହ ଅଧିକା ସମୟ କଟାଇବାକୁ ଚେଷ୍ଟା କରିବେ, ଆପଣଙ୍କୁ ପରିଶ୍ରମର ଫଳ ମିଳିବ, ଆପଣଙ୍କ ବିଚାର ସକରାତ୍ମ ରହିବ।
⚖️ତୁଳା-ଆଜି ଆପଣ ନିଜ ପରିଶ୍ରମ ରୁ ଧନ ଲାଭ କରି ପାରିବେ, ସନ୍ତାନ ଙ୍କ ସହ ସମୟ କଟାଇ ଆପଣ ଖୁସି ଅନୁଭବ କରିବେ, ଆପଣ ନିଜ ପରିବାର ର ଦାୟିତ୍ୱ କୁ ଭଲଢଙ୍ଗ ରେ ନିଭାଇବେ, ମାନସିକ ଚିନ୍ତା ଦୁରର୍ହେବ, ବିଦ୍ୟାର୍ଥିଙ୍କୁ କେଉଁ ବଡ କଲେଜରେ ପଢିବାକୁ ଚାହୁଁଥିଲେ ତେବେ ତାଙ୍କ ସ୍ୱପ୍ନ ପୁରା ହୋଇପାରେ, ଆଜି ଆପଣଙ୍କୁ କେଉଁ ପ୍ରୋପଟି ପ୍ଲାନ୍କ କରିବାର ମନବଳାଇ ପାରନ୍ତି, ଅବିବାହିତ ବ୍ୟକ୍ତି ଙ୍କୁ ବିବାହ ର୍ପ୍ରସ୍ତାବ ମିଳିବ।
🦂ବିଛା-ଆଜି ଆପଣଙ୍କ ଦିନ ଉତଥାନପତନ ଭରାରହିବ, କେଉଁ ଖାସ ବନ୍ଧୁ ଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣ ରୁ ମନ ବହୁତ ଚିନ୍ତିତ ରହିବ, ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ର୍ଅଛି, ନହେଲେ ବଡ୍ ଅଧିକାରୀଙ୍କ ଠାରୁ ଆପଣ କିଛି ଶୁଣିପାରନ୍ତି, ଜୀବନସାଥୀଙ୍କ ସହ ଆପଣଙ୍କ ସଂମ୍ପର୍କରେ ମଧୁରତା ଆସିବ।ଆପଣ କିଛି ନୁଆ କରିବାର ଭାବିପାରନ୍ତି, ଏଥିରେ ଆପଣଙ୍କୁ ସଫଳତା ମିଲିବ, କେଉଁ ଅନୁଭବିବ୍ୟକ୍ତିଙ୍କ ସହ୍ ଶାକ୍ଷାତ ହୋଇପାରେ, ଯାହା ଭବିଷ୍ୟତ ପାଇଁ ଫାଇଦା ଦାୟକ ରହିବ।
🏹ଧନୁ-ଆଜି ବନ୍ଧୁ ଙ୍କ ସହ ମିଶିକରି ଫିଲ୍ମ ଦେଖିବାର ପ୍ଲାନ୍କରି ପାରନ୍ତି, କାର୍ଯ୍ୟରେ ଜୀବନ ସାଥୀଙ୍କ ସହଯୋଗ ପ୍ରାପ୍ତିହେବ, ଯାହାଦ୍ୱାରା ଆପଣଙ୍କ ମନକୁ ଖୁସିମିଳିବ, ଏହି ରାଶିର ବ୍ୟକ୍ତି ଯିଏକି ସରକାରୀ ଚାକିରି କରୁଛନ୍ତି ତାଙ୍କୁ ପ୍ରମୋଶନ ମିଳିବାର ପ୍ରବଳ ଯୋଗଅଛି, ଶିକ୍ଷାକ୍ଷେତ୍ର ରେ ଯୋଡି ହୋଇଥିବା ବିଦ୍ୟାର୍ଥୀଙ୍କ ମନ ପାଠ ପଢାରେ ଲାଗିବ।ଆର୍ଥିକ ସ୍ଥିତି ମଜବୁତ୍ ହିବ, ଆୟ ର ଜରିଆ ବଢିବ, ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ।
🐊ମକର-ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିଥିବାର ନଜରଆସୁଛି କାରୋବାର ରେ ଧନଲାଭ ହେବାର ଯୋଗ ଅଛି, ଆଜି ଆପଣ ନିଜ ପରିବାର ସଦସ୍ୟଙ୍କ ସହ ଖୁସିର ମୁହୁର୍ତ୍ତ ଅତିବାହିତ କରିବେ, ଆଧ୍ୟାତ୍ମିକ ପ୍ରତି ଆପଣଙ୍କ ରୁଚି ବଢିବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲରହିବ, ଚାକିରି କ୍ଷେତ୍ରରେ ସହଯୋଗି ସାହାଯ୍ୟ କରିବେ, ଅକସ୍ମାତ ଦୁର ସହର ଯାତ୍ରା କରି ପାରନ୍ତି,, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।
🏺କୁମ୍ଭ-ଆଜି ଆପଣଙ୍କ ଦିନ ଉତ୍ତମ ରହିବ, ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟକ୍ଷେତ୍ରରେ ଆଶାନୁସାରେ ସଫଳତା ମିଲିବ, ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଳିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ଆଜି ଅଫିସ୍ କାମରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ସ୍ୱାସ୍ଥ୍ୟ ଭଲ ଉନ୍ନତ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।
🐟ମୀନ-ଆଜି ଆପଣଙ୍କ ଦିନ ଭଲ ରହିବ, ବନ୍ଧୁଙ୍କ ସହ ମିଶିକରି ନୁଆ କାମର ଆରମ୍ଭ କରିବେ, ସନ୍ତାନଙ୍କ କ୍ୟାରିୟର ଭଲ ଦିଗରେ ନେବାପାଇଁ ଅନୁଭବୀ ବ୍ୟକ୍ତିଙ୍କ ଉପଦେଶ ନେଇପାରନ୍ତି, ସରକାରୀ ଚାକିରି କରୁଥିବା ଲୋକଙ୍କୁ ବଡ ଅଧିକାରୀଙ୍କ ପ୍ରଶଂସା ମିଳିବ, ଯଦି ଆପଣ ପୁର୍ବରୁ କେଉଁଟି ପଇସା ନିବେଶ କରିଛନ୍ତି ତେବେ ଭଲ ଫାଇଦା ପାଇପାରିବେ, ପ୍ରେମ ଜୀବନରେ ଚାଲିଆସୁଥିବା ଅସୁବିଧାଗୁଡିକ ଦୁର ହୋଇଯିବ, ବହୁତ ଜଲଦି ଆପଣଙ୍କ ପ୍ରେମ ବିବାହ ହୋଇପାରେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ମଉକା ମିଳିବ ।

ନୀତିବାଣୀ-ବିଚିତ୍ର ଏ ଦୁନିଆ କିଛି ମଣିଷ ନିଜ ଅହଂକାର ଓ ଆତ୍ମଗର୍ବକୁ ଲୁଚାଇବାକୁଯାଇ ରାତାରାତି ଅନ୍ୟକୁ ଅହଙ୍କାରୀ ବନେଇ ଦିଅନ୍ତି ।
ବାସ୍ତୁଟିପ୍ପଣୀ-କେଉଁଗଛ ଘରେ ଲଗାଇବା ଉଚିତ ନୁହେଁ।
୧-ତେନ୍ତୁଳୀଗଛ:-ଯେଉଁଲୋକ ଘରେ ତେନ୍ତୁଳୀଗଛ ଲଗାଇଥାନ୍ତି ସେହିଘରେ ଖରାପଶକ୍ତିର ବାସରହିଥାଏ । ଯାହା ରାତିସମୟରେ ଏହା ଅନୁଭବହୋଇଥାଏ । ଏହିଗଛରେ ନାକାରାତ୍ମକଶକ୍ତି ରହିଥାଏ । ଏମିତିଜାଗାରେ ତେନ୍ତୁଳୀଗଛ ପାଖରେଥିଲେ ଘରତିଆରି କରିଲେ ବରବାତିହେବା ନିଶ୍ଚିନ୍ତଅଟେ । ତେଣୁ ଏହି ଗଛଠାରୁ ଦୂରେଇରହିବା ଉଚିତ ।
୨- ମେହେନ୍ଦିଗଛ:- ଏମିତି କିଛିଲୋକ ଅଛନ୍ତି ଯେଉଁମାନେ ଘରେ ମେହେନ୍ଦିଗଛ ଲଗାଇଥାନ୍ତି । ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଗଛ ଘରେ ଲଗାଇବାଦ୍ଵାରା ଖୁସିଭଙ୍ଗ ହୋଇଥାଏ । ଏମିତିମାନାଯାଏ ମେହେନ୍ଦିଗଛ ପାଖରେ ଖରାପଶକ୍ତି ବାସ କରିଥାଏ । ଯେଉଁଠି ଏହିଗଛ ରହିଥିବ ସେଠାରେ କେବେବି ଖୁସି ଆସେନାହି । ସବୁବେଳେ ଅସାନ୍ତିଲାଗି ରହିଥାଏ । ତେବେ ଯଦିଆପଣ ଏହିଗଛ ଲଗାଇବାକୁ ଚାହୁଁଛନ୍ତି ତେବେ ଘରେ ନଲଗାଇ ଘରଠାରୁ ଦୂରରେ ଲଗାଇପାରିବେ ।
୩-କଣ୍ଟାଜାତୀୟଗଛ ଓ କପାସଗଛ:-ଏମିତି ମାନାଯାଏକି ଯେଉଁଠି କଣ୍ଟାଜାତୀୟଗଛ ବା ନାଗଫେଣୀ ଲଗାଯାଏ ସେଠାରେ ଚୁମ୍ବକଭଳି ଖରାପଶକ୍ତି ବାସକରିଥାଏ । ଯେଉଁଘରେ ଏହିଗଛ ଲାଗିଥାଏ ସେଠାରେ ଖରାପପ୍ରଭାବ ପଡିଥାଏ । ସେହିଘରେ ଅଭିଶାପ ଲାଗିଥାଏ । ଯେଉଁଲୋକ ଘର ଆଖପାଖରେ କପାସଗଛ ଲଗାଇଥାନ୍ତି ତାହାଅଶୁଭ ମାନାଯାଏ ।ତେଣୁ ଏହିସବୁ ଗଛଠାରୁ ଦୂରେଇରହିବା ଉଚିତ । ତେବେ କଣ୍ଟାଜାତୀୟ ଗଛ ଘରେ ରହିବାଦ୍ଵାରା ପରିବାରଲୋକଙ୍କ ମଧ୍ୟରେ କଳହଲାଗି ରହିଥାଏ । ଯାହାଦ୍ଵାରା ମନରେ ଅଶାନ୍ତିସୃଷ୍ଟି ହୋଇଥାଏ । ତେବେ ଏହି ସବୁଗଛ ଘରେ ଲଗାଇବା ଭୁଲରେ ବି ଉଚିତ ନୁହେଁ । ଏହା ମଣିଷଜୀବନ ପାଇଁ କ୍ଷତିକାରକ ହେବାସହ ହାନିଆକାରକ ହୋଇଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ, ଜୟ ସୋମନାଥ,ଜୟମା ଯୋଗମାୟା!

Leave A Reply

Your email address will not be published.